ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ସମୀର ଦେଙ୍କ ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ୍ ଅନର୍…
କଟକ: ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କ ପରଲୋକ ହୋଇଛି। କଟକ ସିଡିଏ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସେହିପରି ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସିଡିଏ ସ୍ଥିତ ତାଙ୍କ ଘରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ପ୍ରଥମେ ବିଧାନସଭା ଓ […]

କଟକ: ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କ ପରଲୋକ ହୋଇଛି। କଟକ ସିଡିଏ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସେହିପରି ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସିଡିଏ ସ୍ଥିତ ତାଙ୍କ ଘରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା ।
ପ୍ରଥମେ ବିଧାନସଭା ଓ ପରେ ରାଜ୍ୟ ବିଜେପି କର୍ଯ୍ୟଳୟକୁ ନିଆଯିବ ପାର୍ଥିବ ଶରୀର । ତା’ପରେ କଟକ ସ୍ଥିତ ନିମସାହି ବାସଭବନକୁ ନିଆଯିବ। ଖାନନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।
ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।
ଖବର ଅନୁଯାୟୀ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା । କଟକ ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର । ୨୦୦୦ରୁ ୨୦୦୪ ପର୍ୟ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ସେହିପରି ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିବା ବେଳେ, ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ସମୀର ଦେ ୧୯୫୭ ମସିହା ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ସମୀର ଦେ ।