ରାସ୍ତା କଡ଼କୁ ଓଲଟିଲା ପିକଅପ:୧୦ ଆହତ ମେଡିକାଲରେ ଭର୍ତ୍ତି
ମୟୁରଭଞ୍ଜ:ମୟୁରଭଞ୍ଜ ଉଦଳାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକ୍ଅପ। ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଗାଡିଟି ଓଲଟି ପଡିଛି। ଖୁଣ୍ଟା ଥାନା ଆରପଟା ଗ୍ରାମରୁ ପିକ୍ଅପ ଯୋଗେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଘର ଛାତ ପକାଇବା ପାଇଁ କପ୍ତିପଦା ଅଞ୍ଚଳକୁ ଢଲେଇ କାମରେ ଆସୁଥିବା ବେଳେ ଜୟପୁର ଅସ୍ତିଆ ଛକ ଠାରେ ଏହି ଘଟିଛି ଦୁର୍ଘଟଣା। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି। ଆହତ ଓ ଗୁରୁତର ଉଦଳା […]

ମୟୁରଭଞ୍ଜ:ମୟୁରଭଞ୍ଜ ଉଦଳାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପିକ୍ଅପ। ଗାଡି ଚାଳକଙ୍କ ଅସାବଧାନତା ଯୋଗୁଁ ଗାଡିଟି ଓଲଟି ପଡିଛି। ଖୁଣ୍ଟା ଥାନା ଆରପଟା ଗ୍ରାମରୁ ପିକ୍ଅପ ଯୋଗେ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ ଘର ଛାତ ପକାଇବା ପାଇଁ କପ୍ତିପଦା ଅଞ୍ଚଳକୁ ଢଲେଇ କାମରେ ଆସୁଥିବା ବେଳେ ଜୟପୁର ଅସ୍ତିଆ ଛକ ଠାରେ ଏହି ଘଟିଛି ଦୁର୍ଘଟଣା। ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ରହିଛନ୍ତି। ଆହତ ଓ ଗୁରୁତର ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି
ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆହତ ଓ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିତ ରହିଛି। ଘଟଣା ଜଣାପଡିବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।