ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ୨୦୨୩ରେ ଏହି ରାସ୍ତାକୁ ବଢ଼ାଯାଇ ଅମୃତିଆଠାରେ ଯୋର ଉପରେ ସେତୁ ନିର୍ମାଣ କରାଯିବା ସହ ରାସ୍ତାକୁ ଷଠିପୁର ବରୁଣ୍ଡାଇ ରାସ୍ତାରେ ସଂଯୋଗୀକରଣ କରାଯାଇଥିଲା। ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପିଚୁ କରାଯିବା ସହ ଅମୃତିଆ ପୋଲଠାରୁ ଷଠିପୁର ବରୁଣ୍ଡାଇ ରାସ୍ତା ପର୍ଯ୍ୟନ୍ତ […] The post ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’ appeared first on Dharitri Odia News.

ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’

ପାଣିକୋଇଲି,୧୯ା୫(ବିକାଶ ମଲ୍ଲିକ)ଅମୃତିଆଠାରୁ ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ପୂର୍ବରୁ ପାଣିକୋଇଲି ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ୨୦୨୩ରେ ଏହି ରାସ୍ତାକୁ ବଢ଼ାଯାଇ ଅମୃତିଆଠାରେ ଯୋର ଉପରେ ସେତୁ ନିର୍ମାଣ କରାଯିବା ସହ ରାସ୍ତାକୁ ଷଠିପୁର ବରୁଣ୍ଡାଇ ରାସ୍ତାରେ ସଂଯୋଗୀକରଣ କରାଯାଇଥିଲା। ଅମୃତିଆ ଗ୍ରାମ ପର୍ଯ୍ୟନ୍ତ ପିଚୁ କରାଯିବା ସହ ଅମୃତିଆ ପୋଲଠାରୁ ଷଠିପୁର ବରୁଣ୍ଡାଇ ରାସ୍ତା ପର୍ଯ୍ୟନ୍ତ ପେଭର ଇଟାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ତଦନୁଯାୟୀ କାର୍ଯ୍ୟାରମ୍ଭ ହୋଇଥିଲା। ମାତ୍ର ନିମ୍ନମାନର କାମ ଯୋଗୁ ଅନେକ ସମୟରେ ପେଭର ଇଟାର ୱାଲ ଭାଙ୍ଗିଯାଇଥିଲା। ଅମୃତିଆ ପୋଲଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫେବର ଇଟା ପକାଯାଇଛି। ହେଲେ ପଞ୍ଚାୟତ ଅଫିସଠାରୁ ଷଠିପୁର ବରୁଣ୍ଡାଇ ରାସ୍ତା ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟରେ ସିମେଣ୍ଟ୍‌ ୱାଲ ହୋଇ କାମ ବନ୍ଦ ରହିଛି। ଏହି ମଧ୍ୟରେ ଅନେକ ସ୍ଥାନରେ ବାଲି ଇଟା ଓ ଚିପ୍‌ସ ପଡି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହେଲେ ଠିକାଦାର କାମ ବନ୍ଦ କରି ଛୁ ମାରିଛନ୍ତି। ଫଳରେ ସିମେଣ୍ଟ୍‌ ୱାଲ ଥିବାରୁ ଗାଡ଼ି ଯାତାୟାତ ଅସମ୍ଭବ ହୋଇପଡ଼ିଛି। ଯଦି ଏହି ରାସ୍ତାରେ ଅଜାଣତରେ କେହି ଗାଡ଼ି ପୂରାଇ ଦେଇଛି ଅନ୍ୟ ପକ୍ଷରୁ ଯଦି ଗାଡି ଆସିଯାଇଛି ତାହେଲେ ଏହାକୁ ବାହାର କରିବା ପାଇଁ ଘଣ୍ଟାଘଣ୍ଟା ସମୟ ଲାଗୁଛି।

ଏହି ରାସ୍ତା ଉପରେ ପାଣିକୋଇଲି ଆସିବା ପାଇଁ ଅମୃତିଆ, ମକୁନ୍ଦପୁର, ବନ୍ଦାଳୋ, ବରୁଣ୍ଡାଇ, ତାରାକୋଟ, ଗୌରପୁର ଓ ରଣପୁର ଆଦି ପଞ୍ଚାୟତର ଅଧିବାସୀମାନେ ନିର୍ଭର କରୁଛନ୍ତି। ହେଲେ ରାସ୍ତା କାମ ଅଧାରୁ ବନ୍ଦ ରହିବା ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେଉଁ କାରଣରୁ ଓ କି ଉଦ୍ଦେଶ୍ୟରେ ଠିକାଦାର କାମ ଛାଡ଼ି ଚାଲିଯାଇଛନ୍ତି ତାହା ସମସ୍ତଙ୍କୁ ଅଗୋଚର ରହିଛି। ଏଦିଗରେ ବିଭାଗୀୟ ଅଧିକାରୀ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଅତ୍ୟନ୍ତ ଜରୁରୀ ସେବା ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଆସିବା ବି ବନ୍ଦ ହୋଇଛି। ଜିଲାପାଳ ଏଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅମୃତିଆ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

The post ରାସ୍ତା କାମ ଅଧାରୁ ଛାଡ଼ି ଠିକାଦାର ଛୁ’ appeared first on Dharitri Odia News.