ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ଭୋଧିତ କରିଥିଲେ। ରାଜ୍ୟରେ ନିର୍ବାଚନ ପ୍ରଚାର ଏବଂ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଜଙ୍ଗଲରେ ପଖାଳ ଖାଇ ମଜା ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। କଲାହାଣ୍ଡି ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଅପରାହ୍ନ ପ୍ରାୟ ୩ଟା ବେଳକୁ କାର୍ତ୍ତିକ ପାଣ୍ଡିଆନ ମଧ୍ୟାହ୍ନ ଭୋଜନ […] The post ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ appeared first on Dharitri Odia News.

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ଭୋଧିତ କରିଥିଲେ। ରାଜ୍ୟରେ ନିର୍ବାଚନ ପ୍ରଚାର ଏବଂ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଜଙ୍ଗଲରେ ପଖାଳ ଖାଇ ମଜା ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। କଲାହାଣ୍ଡି ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଅପରାହ୍ନ ପ୍ରାୟ ୩ଟା ବେଳକୁ କାର୍ତ୍ତିକ ପାଣ୍ଡିଆନ ମଧ୍ୟାହ୍ନ ଭୋଜନ କରିଥିଲେ। ସାଥୀରେ ପ୍ରଚାର ଖବର କରିବାକୁ ଆସିଥିବା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନ୍‌ୱଲ ମଧ୍ୟ ଥିଲେ। ଉଭୟ ରାସ୍ତା କଡ଼ ଜଙ୍ଗଲରେ ପାଖଳ ଖାଇବା ସହ କିଛି ସମୟ ନିର୍ବାଚନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଏଥିସହିତ ଦିନେ ଭୋକର ଭୂଗୋଳ ଭାବେ ଦେଶରେ ପରିଚୟ ପାଉଥିବା କଳାହାଣ୍ଡି ଆଜି କେମିତି ସାରା ଦେଶ ପାଇଁ ଭାତ ହାଣ୍ଡି ହୋଇପାରିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି, ପାଣ୍ଡିଆନ ସେନେଇ ରାହୁଲ କନୱାଲଙ୍କୁ କହିଥିଲେ। ଏଥିସହିତ ପାଣ୍ଡିଆନ ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ରାହୁଲ କନ୍‌ୱଲଙ୍କୁ ବୁଝାଇବା ସହ ଓଡ଼ିଆଙ୍କର ଏହି ସାଧାରଣ ତଥା ହିତକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥିମାନଙ୍କୁ ପରଷିଥାନ୍ତି ସେ ବିଷୟରେ ମଧ୍ୟ କହିଥିଲେ।

The post ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ appeared first on Dharitri Odia News.