ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି। ମୁଖ୍ୟତଃ ବଡ଼ାଗୁଡ଼ା ରାସ୍ତା ବନ୍ଧ ଛକଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି। ରାସ୍ତାର ଦୁଇକଡ଼ରେ ମାଛ, ମାଂସ ଦୋକାନଠାରୁ ଆରମ୍ଭ କରି ପରିବା, ଡ୍ରେସ୍‌ ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି। ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ […] The post ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ appeared first on Dharitri Odia News.

ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ

ବାଲିଗୁଡ଼ା,୨୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି। ମୁଖ୍ୟତଃ ବଡ଼ାଗୁଡ଼ା ରାସ୍ତା ବନ୍ଧ ଛକଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି। ରାସ୍ତାର ଦୁଇକଡ଼ରେ ମାଛ, ମାଂସ ଦୋକାନଠାରୁ ଆରମ୍ଭ କରି ପରିବା, ଡ୍ରେସ୍‌ ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି। ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଏନେଇ ପ୍ରଶାସନ ନିକଟରେ ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ କରିବା ପରେ ବର୍ତ୍ତମାନ ବାଲିଗୁଡା ଏନ୍‌ଏସି କର୍ତ୍ତୃପକ୍ଷ ଆକ୍ସନ ମୋଡ୍‌ରେ ଆସିଛନ୍ତି ।

ସୋମବାର ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପରେ ଏନ୍‌ଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସହ ବିଭିନ୍ନ କର୍ମଚାରୀ ଆସି ବୁଡାଗୁଡା ରାସ୍ତା ବନ୍ଧ କଡର ନୂଆସାହି ଛକଠାରେ ମାଛ ଦୋକାନୀ ଓ ଅନ୍ୟମାନଙ୍କୁ ଦୋକାନ ଉଠାଇବାକୁ କହିଥିଲେ। ଏହା ପରେ ଏନଏସି କର୍ତ୍ତୃପକ୍ଷ ଓ ମାଛ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଏନ୍‌ଏସି କର୍ତ୍ତୃପକ୍ଷ ପଛକୁ ହଟି ନ ଥିଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଛ ଦୋକାନକୁ ହଟାଇଥିଲା।

ଏନ୍‌ଏସି ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ଗୋଟିଏ ସ୍କୁଲ ରହିଛି ଯାତାୟାତରେ ବାଧା ଉପୁଜିବା ସହ ବାରମ୍ବାର ଦୁର୍ଘଟଣା ହେଉଛି। ଏହା ସହ ଦୁର୍ଗନ୍ଧ ମଧ୍ୟ ହେଉଛି। ମାଛ ବିକ୍ରି ପାଇଁ ଆର୍‌ଏମ୍‌ସିର ବଜାର ରହିଛି। ସେଠାକୁ ନ ଯାଇ ବେଆଇନ ଭାବେ ଏଣେ ତେଣେ ପକାଉଛନ୍ତି। ଏଣୁ ଏ ଦିଗରେ ଆଗକୁ ଆହୁରି ଏକ ବଡ଼ଧରଣର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଏନ୍‌ଏସିର କମ୍ବୁପାଣି ପାଣିଗ୍ରାହୀ, ବୀରବର ବେହେରା, ସୁଶାନ୍ତ ପଣ୍ଡା, ପ୍ରବୀଣ ପାତ୍ର, ନରେଶ ନାୟକ, ସୂର୍ଯ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

The post ରାସ୍ତାକଡ଼ ମାଛ ଦୋକାନ ହଟାଇଲେ ଏନ୍‌ଏସି କର୍ତ୍ତୃପକ୍ଷ appeared first on Dharitri Odia News.