ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

କୋଣାର୍କ ୧୫।୦୯ : ରାସ୍ତାକଡ଼ରେ ପଡିଛି ଅଚିହ୍ନା ମହିଳାଙ୍କ ମୃତଦେହ । କୋଣାର୍କ ବନଖଣ୍ଡି ରାସ୍ତା କଡ଼ରେ ପଡିଛି ମହିଳାଙ୍କ ମୃତଦେହ ।ମହିଳାଙ୍କୁ କେହି ହତ୍ୟା କରି  ଫିଙ୍ଗାଯାଇଥିବା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।ଖବର ଅନୁଯାୟୀ, କୋଣାର୍କ ବନଖଣ୍ଡି ରାସ୍ତା କଡ଼ର ଏକ ଅଚିହ୍ନା ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ ଲାଗି ମେଡିକାଲକୁ ପଠାଇଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ମହିଳାଙ୍କ ମୃତ୍ୟୁ ପଛର, କାରଣ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଏପିରିକି କେହି ହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ । 

ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

କୋଣାର୍କ ୧୫।୦୯ : ରାସ୍ତାକଡ଼ରେ ପଡିଛି ଅଚିହ୍ନା ମହିଳାଙ୍କ ମୃତଦେହ । କୋଣାର୍କ ବନଖଣ୍ଡି ରାସ୍ତା କଡ଼ରେ ପଡିଛି ମହିଳାଙ୍କ ମୃତଦେହ ।ମହିଳାଙ୍କୁ କେହି ହତ୍ୟା କରି  ଫିଙ୍ଗାଯାଇଥିବା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୋଣାର୍କ ବନଖଣ୍ଡି ରାସ୍ତା କଡ଼ର ଏକ ଅଚିହ୍ନା ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ ଲାଗି ମେଡିକାଲକୁ ପଠାଇଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । 

ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ମହିଳାଙ୍କ ମୃତ୍ୟୁ ପଛର, କାରଣ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଏପିରିକି କେହି ହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ ।