ରାସ୍ତାକଡ଼ ନକଲି ହେଲ୍‌ମେଟ୍ ବିରୁଦ୍ଧରେ ଅଭିଯାନ, ୧୬୨ ନିର୍ମାତାଙ୍କ ଲାଇସେନ୍ସ ବାତିଲ୍‌…

ନୂଆଦିଲ୍ଲୀ: ରାସ୍ତାକଡ଼ରେ ବିକ୍ରି ହେଉଥିବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟ୍‌କୁ ନେଇ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯାଇଛି। ବିଆଇଏସ୍ ଓ ଆଇଏସ୍ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖିଛନ୍ତି। ଏହି ଅନୁଯାୟୀ, ୧୬୨ ହେଲ୍‌ମେଟ୍‌ ଉତ୍ପାଦନକାରୀ କମ୍ପାନୀଙ୍କ […]

ରାସ୍ତାକଡ଼ ନକଲି ହେଲ୍‌ମେଟ୍ ବିରୁଦ୍ଧରେ ଅଭିଯାନ, ୧୬୨ ନିର୍ମାତାଙ୍କ ଲାଇସେନ୍ସ ବାତିଲ୍‌…
2 4

ନୂଆଦିଲ୍ଲୀ: ରାସ୍ତାକଡ଼ରେ ବିକ୍ରି ହେଉଥିବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟ୍‌କୁ ନେଇ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯାଇଛି। ବିଆଇଏସ୍ ଓ ଆଇଏସ୍ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖିଛନ୍ତି।

ଏହି ଅନୁଯାୟୀ, ୧୬୨ ହେଲ୍‌ମେଟ୍‌ ଉତ୍ପାଦନକାରୀ କମ୍ପାନୀଙ୍କ ଲାଇସେନ୍ସ ବାତିଲ କରାଯାଇଛି। ସଡ଼କ ସୁରକ୍ଷା ସଚେତନତା ଅଭିଯାନ ସହ ଏହାକୁ ଯୋଡ଼ିବା ଏବଂ ଆବଶ୍ୟକ ସ୍ଥଳେ ଆରକ୍ଷୀ ଅଧୀକ୍ଷକ ଓ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଫିଲ୍ଡ ଅଫିସରମାନଙ୍କ ସାହାଯ୍ୟ ନେବାକୁ ଜିଲ୍ଲା ପ୍ରଶାସନକୁ ଚିଠିରେ ପରାମର୍ଶ ଦିଆଯାଇଛି। ପୁଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଅଭିଯାନ ପ୍ରତି ସହଯୋଗ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଶାଖା କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାଂଶ ନକଲି କରୁଥିବା ହେଲ୍‌ମେଟ୍ ନିର୍ମାତା ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟରେ ରହିଛନ୍ତି। ରାସ୍ତାକଡ଼ରେ ନିମ୍ନମାନର ହେଲ୍‌ମେଟ୍‌ ବିକ୍ରି ହେବା ଏବଂ ବିକ୍ରେତାମାନେ ଗ୍ରାହକମାନଙ୍କୁ ବୁଝାଇସୁଝାଇ ସେଗୁଡ଼ିକୁ ବିକ୍ରି କରିବାରେ ସଫଳ ହେଉଥିବାରୁ କେନ୍ଦ୍ର ଖାଉଟି ବ୍ୟାପାର ସଚିବ ନିଧି ଖାରେ ଚିନ୍ତା ପ୍ରକଟ କରିଛନ୍ତି। ହେଲ୍‌ମେଟ୍‌ର ଗୁଣାତ୍ମକ ମାନରେ କୌଣସି ପ୍ରକାର ସାଲିସ ହେବା ଅନୁଚିତ। ଦେଶବ୍ୟାପୀ ଅଭିଯାନ ଜରିଆରେ ଅସୁରକ୍ଷିତ ହେଲ୍‌ମେଟ୍‌ଗୁଡିକୁ ବଜାରରୁ ପ୍ରତ୍ୟାହାର କରିବା ଏବଂ ବିଆଇଏସ୍ ମାର୍କ ଥିବା ଉତ୍ପାଦ ବିଷୟରେ ଲୋକମାନଙ୍କୁ ସଚେତନ କରିବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।