ରାସ୍ତାକଡ଼ରେ ଠିଆ ହୋଇଥିଲେ ଯୁବକ; ଗୁଳିମାଡ଼ କଲେ ଦୁର୍ବୃତ୍ତ
ରାଜେନ୍ଦ୍ର ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ।
ଭଦ୍ରକରେ ଫୁଟିଲା ଗୁଳି। ଧାମରା ଥାନା ଅନ୍ତର୍ଗତ କୋଇଥଖୋଲା କିଶୋର ପ୍ରସାଦ ଛକରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ଜଣଙ୍କ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର। ତାଙ୍କ ମୁଣ୍ଡରେ ଗୁଳି ବାଜିଛି।
ଗତକାଲି ରାଜେନ୍ଦ୍ର ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ରାଜେନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।
ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କ ଉପରକୁ ଗୁଳିମାଡ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।