ରାସ୍ତାରେ ଅଟକି ପିଲା, ସାଧାରଣ ଲୋକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୬(ଶର୍ମିଷ୍ଠା ପାଣିଗ୍ରାହୀ) – ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସାଧାରଣ ଜନତାଙ୍କ ସହ ମିଶୁଛନ୍ତି। ସମସ୍ୟା ବୁଝି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ରାସ୍ତାରେ ଯିବାବେଳେ ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଥିବା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ସେଠାରେ ଅଟକି କଥା ହେଉଛନ୍ତି। ଶୁକ୍ରବାର ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଝୀ ଅପରାହ୍ନରେ ବାହାରିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି […] The post ରାସ୍ତାରେ ଅଟକି ପିଲା, ସାଧାରଣ ଲୋକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୧୪।୬(ଶର୍ମିଷ୍ଠା ପାଣିଗ୍ରାହୀ) – ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସାଧାରଣ ଜନତାଙ୍କ ସହ ମିଶୁଛନ୍ତି। ସମସ୍ୟା ବୁଝି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ରାସ୍ତାରେ ଯିବାବେଳେ ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଥିବା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ସେଠାରେ ଅଟକି କଥା ହେଉଛନ୍ତି। ଶୁକ୍ରବାର ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଝୀ ଅପରାହ୍ନରେ ବାହାରିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ପିଲାଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ହାତ ହଲାଇ ଖୁସିବ୍ୟକ୍ତ କରିବା ସହ ଅନେକେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ଥାନେ ସ୍ଥାନେ ଗାଡି ଅଟକାଇ ପିଲାଙ୍କଠାରୁ ଫୁଲ ତୋଡା ଗ୍ରହଣ କରିଥିଲେ। କେତେଜଣ ପିଲାଙ୍କ ସହିତ କଥା ହେବା ସହ ସେଲ୍ଫି ମଧ୍ୟ ଉଠାଇଥିଲେ। ଏହି ସମୟରେ ଲୋକଙ୍କ ମୁହଁରୁ ସ୍ବତଃ ବାହାରିପଡୁଥିଲା, ଏତେଦିନ ପରେ ଆମେ ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ପାଇଛୁ।
The post ରାସ୍ତାରେ ଅଟକି ପିଲା, ସାଧାରଣ ଲୋକଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.