ରାସ୍ତାରେ ଯୁକ୍ତିତର୍କ ହେବାରୁ ବାଇକ୍ ଉପରେ ଚଢାଇ ଦେଲେ କାର୍, ଯୁବକ ମୃତ

ରାସ୍ତାରେ ଯୁକ୍ତିତର୍କ ହେବାରୁ ଜଣେ ବାଇକ୍ ଆରୋହୀଙ୍କୁ ଅନ୍ୟ ଜଣେ କାର୍ ଚାଳକ ଗାଡ଼ି ଚଢାଇ ଦେଇଥିଲେ।

ରାସ୍ତାରେ ଯୁକ୍ତିତର୍କ ହେବାରୁ ବାଇକ୍ ଉପରେ ଚଢାଇ ଦେଲେ କାର୍, ଯୁବକ ମୃତ

ରାସ୍ତାରେ ଗହଳିକୁ ନେଇ ଯୁକ୍ତିତର୍କ, ଆଉ ତା ପରେ ଗାଡ଼ି ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରରେ। ଜଣେ ବାଇକ୍ ଆରୋହୀଙ୍କୁ ଅନ୍ୟ ଜଣେ କାର୍ ଚାଳକ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ, ବେଙ୍ଗାଲୁରୁର ବିଦ୍ୟାରନ୍ୟାପୁର ଅଞ୍ଚଳରେ ଦୁଇ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜନ ଗହଳି ରାସ୍ତାରେ ଗାଡି ଆଗକୁ ଛାଡ଼ିବାକୁ ନେଇ ଉଭୟ ପାଟିତୁଣ୍ଡ କରିଥିଲେ।

ଏହାପରେ ଜାମ୍ ହଟିଥିଲା, ସମସ୍ତେ ନିଜ ନିଜ ବାଟରେ ଯାଉଥିଲେ। କିନ୍ତୁ ବାଇକ୍ ଆରୋହୀଙ୍କ ଉପରେ ରାଗ ରଖିଥିଲେ କାର୍ ଚାଳକ। ସେ ବାଇକ୍ ଆରୋହୀଙ୍କୁ ଟାର୍ଗେଟ୍ କରି ତାଙ୍କୁ କିଛି ବାଟ ପିଛା କରିଥିଲେ, ଆଉ ପଛରୁ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଗତକାଲି ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁସାରେ, କାର୍ ବାଇକକୁ ପିଛା କରୁଥିବା ଦେଖିବାକୁ ମିଳୁଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଛି।