ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୬।୬: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ କିନ୍ତୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ, ଯେଉଁଥିଲାଗି କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଛି। ତେବେ ରାହୁଲ ରାଏବରେଲି ଆସନ ରଖି ଓ୍ବାୟନାଡକୁ ଛାଡ଼ିପାରନ୍ତି। ଏପରିକି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଲୋକ ସଭା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଲୋକ ସଭା […] The post ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି… appeared first on Dharitri Odia News.

ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୬।୬: ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ଲଢ଼ିଥିଲେ। ଉଭୟ ରାଏବରେଲି ଏବଂ ଓ୍ବାୟନାଡ ଆସନରେ ସେ ବିଜେତା ହୋଇଛନ୍ତି। ଏବେ କିନ୍ତୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ହେବ, ଯେଉଁଥିଲାଗି କିଛିଦିନ ଧରି ଚର୍ଚ୍ଚା ହୋଇ ଆସୁଛି। ତେବେ ରାହୁଲ ରାଏବରେଲି ଆସନ ରଖି ଓ୍ବାୟନାଡକୁ ଛାଡ଼ିପାରନ୍ତି। ଏପରିକି ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ଲୋକ ସଭା ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଅ ରାହୁଲଙ୍କୁ ଦେଲି ଭଳି ବୟାନ ଦେବା ପରେ ରାଏବରେଲି ଆସନକୁ ନିଜ ପାଖରେ ରଖିବା ନିଶ୍ଚିତ ବୋଲି କୁହାଯାଉଥିଲା। ସୋନିଆ ଏହି ଆସନକୁ ପରିବାରର ୧୨୧ ବର୍ଷର ପରମ୍ପରା ମଧ୍ୟ କହିଥିଲେ।

ନିୟମ ମୁତାବକ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ସମୟରେ ୨ ଆସନରୁ ଲଢ଼ନ୍ତି ଏବଂ ଉଭୟରେ ବିଜେତା ହୁଅନ୍ତି ତେବେ ଫଳାଫଳ ଆସିବାର ୧୪ଦିନ ମଧ୍ୟରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥାଏ। ଏମିତିରେ ରାହୁଲ ଆଗାମୀ ୩ ଦିନ ମଧ୍ୟରେ ଓ୍ବାୟନାଡ ଆସନ ଛାଡ଼ିବା ନେଇ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

The post ରାହୁଲ ଓ୍ବାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହେବେ ପ୍ରାର୍ଥୀ! ଆଗାମୀ ୩ ଦିନରେ ନିଷ୍ପତ୍ତି… appeared first on Dharitri Odia News.