ରାହୁଲ ଗାନ୍ଧି ଲୋକସଭାରେ ହେବେ ବିରୋଧୀ ଦଳ ନେତା
ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ବିରୋଧୀ ଦଳ ନେତା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହେବେ ଲୋକସଭାରେ ବିରୋଧୀ ଦଳ... The post ରାହୁଲ ଗାନ୍ଧି ଲୋକସଭାରେ ହେବେ ବିରୋଧୀ ଦଳ ନେତା appeared first on .
ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ବିରୋଧୀ ଦଳ ନେତା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ହେବେ ଲୋକସଭାରେ ବିରୋଧୀ ଦଳ ନେତା। ଏ ନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଲୋକସଭା ବାଚସ୍ପତିଙ୍କୁ ଲିଖିତ ଭାବେ ଦଳର ନେତା କିଏ ହେବ ଜଣାଇଥିଲା କଂଗ୍ରେସ। ଏହାପରେ ବାଚସ୍ପତିଙ୍କ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ। ଆଜି ବିରୋଧୀ ଦଳ ନେତା ଚୟନ ନେଇ ବସିଥିଲା ଇଣ୍ଡିଆ ମେଣ୍ଟ ବୈଠକ। ଏଥିରେ ରାହୁଲ ଗାନ୍ଧିଙ୍କ ନାଁରେ ସର୍ବସମ୍ମତିକ୍ରମେ ମୋହର ବାଜିଥିଲା। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ବସିଥିଲା ଏ ବୈଠକ। ଏଥିରେ ଇଣ୍ଡିଆ ମେଣ୍ଟର ଅନେକ ନେତା ଯୋଗ ଦେଇଥିଲେ। ୧୦ ବର୍ଷ କଂଗ୍ରେସକୁ ଏହି ବିରୋଧୀ ଦଳ ନେତା ପଦ ମିଳିଛି। ଲୋକସଭାରେ ଆବଶ୍ୟକ ସଂଖ୍ଯା ନଥିବାରୁ କଂଗ୍ରେସକୁ ମିଳିନଥିଲା ବିରୋଧୀ ଦଳ ନେତା ପଦ। ବିରୋଧୀ ଦଳ ନେତା ପରେ ରାହୁଲଙ୍କ ଏବେ କ୍ଯାବିନେଟ୍ ପଦବୀର ସୁବିଧା ସୁଯୋଗ ପ୍ରଦାନ କରାଯିବ। ରାୟବରେଲିରୁ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ଵ କରିବେ ରାହୁଲ ଗାନ୍ଧି। ୱାଏନାଡ୍ ସିଟ୍ ଛାଡିବାକୁ ପୂର୍ବରୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧି।
The post ରାହୁଲ ଗାନ୍ଧି ଲୋକସଭାରେ ହେବେ ବିରୋଧୀ ଦଳ ନେତା appeared first on .