ରାହୁଲ ଗାନ୍ଧିଙ୍କୁ ଏଡିଟର୍ସ ଗିଲ୍ଡର ପତ୍ର, ସଂସଦରେ ଏହି ପ୍ରସଙ୍ଗ ଉଠାଇବାକୁ ମାଗିଲା ସମର୍ଥନ
ନୂଆଦିଲ୍ଲୀ : ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ସଂସଦରେ ପ୍ରେସ୍ ସ୍ୱାଧୀନତା ଓ ସୂଚନା ଅଧିକାର ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମର୍ଥନ ଲୋଡିଛି ଓ ଦାବି କରିଛି ଯେ ସରକାର ମିଡିଆ ଉପରେ ନିୟନ୍ତ୍ରଣ ଓ ରେଗୁଲେସନ ନିମନ୍ତେ ଅନେକ ବିଧାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଡିଟର୍ସ ଗିଲ୍ଡ ଶନିବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏହି ପତ୍ର ଲେଖିବା ସହ ଉଦବେଗ ପ୍ରକାଶ କରିଛି। ଗିଲ୍ଡ ପତ୍ରରେ ଉଲ୍ଲେଖ କରିଛି ଯେ ଗତ କିଛି ବର୍ଷ ହେଲା ପ୍ରିଣ୍ଟ, ପ୍ରସାରଣ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରିତ କରିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଇଛି। ଯାହା ବାସ୍ତବିକ ଚିନ୍ତାର ବିଷୟ । ଏଣୁ ଏହା ଉପରେ ନୂଆକରି ଚର୍ଚ୍ଚା ଓ ପରାମର୍ଶର ଆବଶ୍ୟକତା ଥିବା ଗିଲ୍ଡ କହିଛି। ଗିଲ୍ଡ ଡିଜିଟାଲ ବ୍ୟକ୍ତିଗତ ଡାଟା ସଂରକ୍ଷଣ ଅଧିନିୟମ, ପ୍ରସାରଣ ସେବା ରେଗୁଲେସନ ବିଧେୟକ, ପ୍ରେସ୍ ଓ ପତ୍ରିକା ପଞ୍ଜିକରଣ ଅଧିନିୟମ ଓ ଆଇଟି ନିୟମ ୨୦୨୧ଓ ୨୦୨୩ରେ କରାଯାଇଥିବା ସଂଶୋଧନ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛି। ଗିଲ୍ଡ କହିଛି ଯେ ‘ଆମେ ବିଶ୍ୱାସ କରୁଯେ ଆମର ଗଣତନ୍ତ୍ର ପାଇଁ ଏକ ମୁକ୍ତ ଏବଂ ନିରପେକ୍ଷ ପ୍ରେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ମୌଳିକ ନୀତି ଗୁଡିକର ସୁରକ୍ଷା ପାଇଁ ବିଧାୟୀ ପଦକ୍ଷେପ ଗୁଡିକର ପୁନର୍ବିଚାର କରାଯିବା ଉଚିତ’। ଗିଲ୍ଡ କହିଛି ଯେ ଏହି ବିଧାୟୀ ଉପାୟ ଗୁଡିକ ସମ୍ପର୍କରେ ଆମର ଚିନ୍ତା ଏହା ଯେ ହି
ନୂଆଦିଲ୍ଲୀ : ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ସଂସଦରେ ପ୍ରେସ୍ ସ୍ୱାଧୀନତା ଓ ସୂଚନା ଅଧିକାର ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମର୍ଥନ ଲୋଡିଛି ଓ ଦାବି କରିଛି ଯେ ସରକାର ମିଡିଆ ଉପରେ ନିୟନ୍ତ୍ରଣ ଓ ରେଗୁଲେସନ ନିମନ୍ତେ ଅନେକ ବିଧାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଡିଟର୍ସ ଗିଲ୍ଡ ଶନିବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏହି ପତ୍ର ଲେଖିବା ସହ ଉଦବେଗ ପ୍ରକାଶ କରିଛି।
ଗିଲ୍ଡ ପତ୍ରରେ ଉଲ୍ଲେଖ କରିଛି ଯେ ଗତ କିଛି ବର୍ଷ ହେଲା ପ୍ରିଣ୍ଟ, ପ୍ରସାରଣ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରିତ କରିବା ପାଇଁ ଏହି ସବୁ ପଦକ୍ଷେପ ନିଆଯାଇଛି। ଯାହା ବାସ୍ତବିକ ଚିନ୍ତାର ବିଷୟ । ଏଣୁ ଏହା ଉପରେ ନୂଆକରି ଚର୍ଚ୍ଚା ଓ ପରାମର୍ଶର ଆବଶ୍ୟକତା ଥିବା ଗିଲ୍ଡ କହିଛି। ଗିଲ୍ଡ ଡିଜିଟାଲ ବ୍ୟକ୍ତିଗତ ଡାଟା ସଂରକ୍ଷଣ ଅଧିନିୟମ, ପ୍ରସାରଣ ସେବା ରେଗୁଲେସନ ବିଧେୟକ, ପ୍ରେସ୍ ଓ ପତ୍ରିକା ପଞ୍ଜିକରଣ ଅଧିନିୟମ ଓ ଆଇଟି ନିୟମ ୨୦୨୧ଓ ୨୦୨୩ରେ କରାଯାଇଥିବା ସଂଶୋଧନ ନେଇ ମଧ୍ୟ ଚିନ୍ତାବ୍ୟକ୍ତ କରିଛି।
ଗିଲ୍ଡ କହିଛି ଯେ ‘ଆମେ ବିଶ୍ୱାସ କରୁଯେ ଆମର ଗଣତନ୍ତ୍ର ପାଇଁ ଏକ ମୁକ୍ତ ଏବଂ ନିରପେକ୍ଷ ପ୍ରେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ମୌଳିକ ନୀତି ଗୁଡିକର ସୁରକ୍ଷା ପାଇଁ ବିଧାୟୀ ପଦକ୍ଷେପ ଗୁଡିକର ପୁନର୍ବିଚାର କରାଯିବା ଉଚିତ’। ଗିଲ୍ଡ କହିଛି ଯେ ଏହି ବିଧାୟୀ ଉପାୟ ଗୁଡିକ ସମ୍ପର୍କରେ ଆମର ଚିନ୍ତା ଏହା ଯେ ହିତାଧିକାରୀଙ୍କ ସହ ପର୍ଯ୍ୟାପ୍ତ ପାରମର୍ଶ ବିନା ଏହି ଆଇନର ଚିଠାପ୍ରସ୍ତାବ ତିଆରି କରାଯିବା ସହ ସଂସଦୀୟ ଯାଞ୍ଚ ପ୍ରକ୍ରିୟା ବିନା ଏହାକୁ ଗୃହୀତ କରାଯାଇଛି।
ଗିଲ୍ଡ କହିଛି ଯେ ଏଥିରେ ଅସ୍ପଷ୍ଟ ଓ ଅତି ବ୍ୟାପକ ପ୍ରାବଧାନ ରହିଛି, ଯାହାର ଦୂରପଯୋଗ ସାମ୍ବାଦିକ ଗତିବିଦ୍ଧି ପ୍ରତିବନ୍ଧିତ କରିବା ପାଇଁ କରାଯାଇ ପାରେ। ଏହାର ପ୍ରାବଧାନ ସରକାରୀ ଅଧିକାରୀ ଓ ଏଜେନ୍ସୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବ୍ୟାପକ ଅଧିକାର ଦେଉଛି। ସରକାରୀ ନିୟନ୍ତ୍ରଣ ଓ ଦଣ୍ଡନିୟ ପଦକ୍ଷେପ ଯୋଗୁ ସାମ୍ବାଦିକତା ଓ ସାମ୍ବାଦିକ ସ୍ୱାଧୀନତା ଉପରେ ଏହାର ନକରାତ୍ମକ ପ୍ରଭାବ ପକାଇ ପାରେ। ଏହା ଛଡା ଗିଲ୍ଡ କହିଛି ଯେ ପ୍ରେସ୍ ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଲାଗି ସୁରକ୍ଷା ମାନକ ପର୍ଯ୍ୟାପ୍ତ ନୁହେଁ।