ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା, ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହୋଇଛନ୍ତି। ଇଣ୍ଡି ମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ବିଷୟରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁ ଗୋପାଳ ସୂଚନା ଦେଇଛନ୍ତି । Honourable CPP Chairperson wrote a letter to the Pro-tem Speaker Bhartruhari […]

ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା, ଇଣ୍ଡି ମେଣ୍ଟ ବୈଠକରେ ହେଲା ନିଷ୍ପତ୍ତି
rahul gandhi

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳର ନେତା ହୋଇଛନ୍ତି। ଇଣ୍ଡି ମେଣ୍ଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏଥର କଂଗ୍ରେସକୁ ବିରୋଧୀ ଦଳ ମାନ୍ୟତା ମିଳିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ବିଷୟରେ କଂଗ୍ରେସର ବରିଷ୍ଠ ନେତା କେସି ବେଣୁ ଗୋପାଳ ସୂଚନା ଦେଇଛନ୍ତି ।


କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବେ। କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରୋଟେମ୍ ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହେବେ।