ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବୁଧବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀର ବାସଭବନ ବାହାରେ ଭାଜପା ସମର୍ଥିତ ଶିଖ ପ୍ରକୋଷ୍ଠ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନ ସମୟରେଭଜେପା ନେତା ତରବିନ୍ଦର ସିଂ ମାରୱା ଉପରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା […] The post ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବୁଧବାର ସୋନିଆ ଗାନ୍ଧୀଙ୍କ ଦିଲ୍ଲୀର ବାସଭବନ ବାହାରେ ଭାଜପା ସମର୍ଥିତ ଶିଖ ପ୍ରକୋଷ୍ଠ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନ ସମୟରେଭଜେପା ନେତା ତରବିନ୍ଦର ସିଂ ମାରୱା ଉପରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଭାଜପା ନେତା ତରବିନ୍ଦର ସିଂ ମାରୱାଙ୍କ ବିରୋଧରେ କଂଗ୍ରେସ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଛି। ଦଳ ଭାଜପା ନେତା ତରବିନ୍ଦର ସିଂ ମାରୱାଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରେ।
ଏହି ପ୍ରଦର୍ଶନ ସମୟରେ ଭାଜପା ନେତା କହିଥିଲେ, ରାହୁଲ ଗାନ୍ଧୀ, ବନ୍ଦ କର, ନଚେତ୍ ଭବିଷ୍ୟତରେ ତୁମର ସେହି ଅବସ୍ଥା ହେବ, ଯାହା ତୁମ ଜେଜେମା’ଙ୍କ ସହ ହୋଇଥିଲା। ଏହି ସମୟରେ ଭାଜପା ଶିଖ ପ୍ରକୋଷ୍ଠ କହିଛି ଯେ ରାହୁଲ ଗାନ୍ଧୀ ଆମେରିକାରେ ଭାରତ ଏବଂ ଶିଖମାନଙ୍କୁ ଅପମାନିତ କରିଛନ୍ତି। ସେ ଆମ ଦେଶକୁ ବିଦେଶୀ ମାଟିରେ ବଦନାମ କରିଛନ୍ତି , ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍।
The post ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ… appeared first on Dharitri Odia News.