ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ବିରୋଧୀ ମହା ବିକାଶ ଅଘାଡି (ଏମ୍‌ଭିଏ) ଉକ୍ତ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ମନା କରିଦେବା ପରେ ନାର୍ଭେକର ବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବିରୋଧୀ ମେଣ୍ଟ ଏମ୍‌ଭିଏ ବିଧାନସଭାରେ ବିରୋଧୀ ଦଳ ନେତା ପଦ ଓ ଉପବାଚସ୍ପତି ପଦ ପାଇଁ ଆନୁଷ୍ଠାନିକ […]

ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ବିରୋଧୀ ମହା ବିକାଶ ଅଘାଡି (ଏମ୍‌ଭିଏ) ଉକ୍ତ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ମନା କରିଦେବା ପରେ ନାର୍ଭେକର ବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବିରୋଧୀ ମେଣ୍ଟ ଏମ୍‌ଭିଏ ବିଧାନସଭାରେ ବିରୋଧୀ ଦଳ ନେତା ପଦ ଓ ଉପବାଚସ୍ପତି ପଦ ପାଇଁ ଆନୁଷ୍ଠାନିକ ଦାବି ଉପସ୍ଥାପନ କରିଥିବା ବେଳେ ବାଚସ୍ପତି ପଦ ପାଇଁ କୌଣସି ପ୍ରାର୍ଥୀ ଦେଇନଥିଲା। ନିକଟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ଇଭିଏମ୍ ଅପବ୍ୟବହାର ହୋଇଥିବା ଅଭିଯୋଗ ଆଣି ଯେଉଁ ଏମଭିଏ ବିଧାୟକମାନେ ଗତକାଲି ଶପଥ ଗ୍ରହଣ କରିନଥିଲେ ସେମାନେ ଆଜି ସକାଳୁ ଶପଥ ନେବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି-ଏସ୍‌ପି ମୁଖ୍ୟ ଶରଦ ପାୱାର ନିର୍ବାଚନ ଫଳାଫଳ ନେଇ ପୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିବାରୁ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବସି କହିଛନ୍ତି ଯେ ଦେଶବାସୀଙ୍କୁ ପାୱାର ବିଭ୍ରାନ୍ତ କରିବା ଉଚିତ ନୁହେଁ । ନିର୍ବାଚନରେ ପରାଜୟକୁ ସ୍ବୀକାର କଲେ ହିଁ ଏହା ଅଧିକ ସୁବିଧାଜନକ ହେବ ବୋଲି ଫଡ଼ନାବିସ କହିଛନ୍ତି।