‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆମେରିକାରେ ଭାରତର ସଂରକ୍ଷଣ ବ୍ୟବସ୍ଥା ଉପରେ ରାହୁଲ ଦେଇଥିବା ବିବୃତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ଯିଏ ରାହୁଲଙ୍କ ଜିଭ କାଟିବ ତାଙ୍କୁ ସେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେବେ। ବୁଲ୍ଢାଣାରୁ ବିଧାୟକ ଗାଏକ୍ୱାଡ୍ କହିଛନ୍ତି, ରାହୁଲ ନିଜ ଆମେରିକା ଗସ୍ତରେ ଭାରତର ସଂରକ୍ଷଣ […] The post ‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ appeared first on Dharitri Odia News.
ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଆମେରିକାରେ ଭାରତର ସଂରକ୍ଷଣ ବ୍ୟବସ୍ଥା ଉପରେ ରାହୁଲ ଦେଇଥିବା ବିବୃତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ଯିଏ ରାହୁଲଙ୍କ ଜିଭ କାଟିବ ତାଙ୍କୁ ସେ ୧୧ ଲକ୍ଷ ଟଙ୍କାର ପୁରସ୍କାର ଦେବେ।
ବୁଲ୍ଢାଣାରୁ ବିଧାୟକ ଗାଏକ୍ୱାଡ୍ କହିଛନ୍ତି, ରାହୁଲ ନିଜ ଆମେରିକା ଗସ୍ତରେ ଭାରତର ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବାକୁ ବୟାନ ଦେଇଛନ୍ତି, ଯାହା ଜନସାଧାରଣଙ୍କ ସମ୍ମୁଖରେ କଂଗ୍ରେସର ପ୍ରକୃତ ମୁଖା ଖୋଲିଦେଇଛି। ସମ୍ବିଧାନରେ ଭାଜପା ପରିବର୍ତ୍ତନ କରିବ ବୋଲି ରାହୁଲ ସମ୍ବିଧାନର ପୁସ୍ତକ ଦେଖାଇ ମିଥ୍ୟା ପ୍ରଚାର କରୁଛନ୍ତି। କଂଗ୍ରେସର ଏହି ମାନସିକତା ଦେଶକୁ ୪୦୦ ବର୍ଷ ପଛକୁ ନେଇଯିବ ବୋଲି ସେ କହିଛନ୍ତି।
ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଗାଏକ୍ୱାଡ୍ଙ୍କ ଏହି ବୟାନକୁ ନିନ୍ଦା କରାଯାଇଛି। ରାଜନୀତି କରିବାକୁ ସେ ଯୋଗ୍ୟ ନୁହନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋଢ଼ା କହିଛନ୍ତି। ଗାଏକ୍ୱାଡ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଦାବି କରିଛନ୍ତି।
ତେବେ ଶିବସେନାର ସହଯୋଗୀ ଭାଜପା ଗାଏକଓ୍ବାଡ୍ଙ୍କ ଏହି ମନ୍ତବ୍ୟଠାରୁ ନିଜକୁ ଦୂରେଇ ରଖିଛି। ଉକ୍ତ ବୟାନକୁ ତାଙ୍କ ଦଳ ସମର୍ଥନ କରୁନାହିଁ ବୋଲି ମହାରାଷ୍ଟ୍ର ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାଓ୍ବନ୍କୁଲେ କହିଛନ୍ତି।
The post ‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ appeared first on Dharitri Odia News.