ରାହୁଲଙ୍କ ‘ଭୋଟ୍‌ ଚୋରି’ ଅଭିଯୋଗ ନିନ୍ଦନୀୟ : ଇସି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିସନ୍‌ ସିଧାସଳଖ ଭାବେ ଏକ ବଡ଼ ଧରଣର ଭୋଟର ଜାଲିଆତି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଛନ୍ତି। କଂଗ୍ରେସ ପାଖରେ ଏନେଇ ପ୍ରମାଣ ଥିବା ରାହୁଲ ଦାବି କରିଛନ୍ତି। ବିହାର ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂ‌ଶୋଧନ) ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ‘ଭୋଟ୍‌ ଚୋରି’ର ଉଦ୍ଦେଶ୍ୟ ହେଉଛି ବିଜେପିକୁ ଫାଇଦା ଦେବା। […]

ରାହୁଲଙ୍କ ‘ଭୋଟ୍‌ ଚୋରି’ ଅଭିଯୋଗ ନିନ୍ଦନୀୟ : ଇସି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିସନ୍‌ ସିଧାସଳଖ ଭାବେ ଏକ ବଡ଼ ଧରଣର ଭୋଟର ଜାଲିଆତି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଛନ୍ତି। କଂଗ୍ରେସ ପାଖରେ ଏନେଇ ପ୍ରମାଣ ଥିବା ରାହୁଲ ଦାବି କରିଛନ୍ତି। ବିହାର ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂ‌ଶୋଧନ) ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ‘ଭୋଟ୍‌ ଚୋରି’ର ଉଦ୍ଦେଶ୍ୟ ହେଉଛି ବିଜେପିକୁ ଫାଇଦା ଦେବା। କିନ୍ତୁ ନିର୍ବାଚନ କମିସନ୍‌ ଆଜି ରାହୁଲଙ୍କ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ନିର୍ବାଚନ କମିସନ୍‌ ଆଜି ରାହୁଲଙ୍କ ଉପରେ ଏକ ୫ ସୂତ୍ରୀ ଆକ୍ରମଣ କରିଛନ୍ତି। ରାହୁଲ ଅତ୍ୟନ୍ତ ବେପରୁଆ ଟିପ୍ପଣୀ ଦେଉଛନ୍ତି ଯାହା ସଂପୂର୍ଣ୍ଣ ଭିତ୍ତହୀନ ଓ ନିନ୍ଦନୀୟ। ତାଙ୍କ ସହ ଯୋଗାଯୋଗ କରିବାପାଇଁ ବାରମ୍ବାର‌ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ପ୍ରତିଥର ଅଣଦେଖା କରିଛନ୍ତି ବୋଲି କମିସନ ଦାବି କରିଛନ୍ତି। କମିସନଙ୍କ ଅନୁଯାୟୀ ୨୦୨୫ ଜୁନ୍‌ ୧୨ ତାରିଖରେ ନିର୍ବାଚନ କମିସନ ରାହୁଲଙ୍କ ପାଖକୁ ମେଲ୍‌ ପଠାଇଥିଲେ। କିନ୍ତୁ ସେ ଆସିନଥିଲେ। ଜୁନ୍‌ ୧୨ ତାରିଖରେ କମିସନ୍‌ ରାହୁଲଙ୍କ ନିକଟକୁ ଚିଠି ପଠାଇ‌ଥିଲେ। କିନ୍ତୁ କୌଣସି ଜବାବ ମିଳିନଥିଲା। କୌଣସି ପ୍ରସଙ୍ଗରେ ବି ରାହୁଲ ଗାନ୍ଧୀ ନିର୍ବାଚନ କମିସନ୍‌ଙ୍କ ନିକଟକୁ କେବେ କିଛି ଚିଠି ପଠାଇନାହାନ୍ତି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ରାହୁଲ ଗାନ୍ଧୀ ଅତ୍ୟନ୍ତ ବେପରୁଆ ଅଭିଯୋଗ କରୁଛନ୍ତି ଏବଂ ଏବେ ନିର୍ବାଚନ କମିସନ୍‌ ଓ କର୍ମଚାରୀମାନଙ୍କୁ ଧମକାଇବା ଆରମ୍ଭ କରିଛନ୍ତି।