ରାହୁଲଙ୍କ ରାଏବରେଲି ପ୍ରେମ! ଗୋଟିଏ ମାସରେ ଦୁଇଥର…
ନୂଆଦିଲ୍ଲୀ,୯।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ରାଏବରେଲିରେ ପହଞ୍ଚିଛନ୍ତି। ଏଠାରେ ସେ ଭୁମାଉ ଗେଷ୍ଟ ହାଉସରେ ଓକିଲ, ବ୍ୟବସାୟୀ ଏବଂ ଡାକ୍ତରଙ୍କ ସହ ଏକ ବୈଠକ କରିବେ। ଏହା ସହିତ ରାହୁଲ ଗାନ୍ଧୀ ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ପରିବାର ସଦସ୍ୟ ଏବଂ କଂଗ୍ରେସ କର୍ମୀଙ୍କୁ ଭେଟିବେ। ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ରାଏବରେଲିରୁ ତିନି […] The post ରାହୁଲଙ୍କ ରାଏବରେଲି ପ୍ରେମ! ଗୋଟିଏ ମାସରେ ଦୁଇଥର… appeared first on Dharitri Odia News.
ନୂଆଦିଲ୍ଲୀ,୯।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ରାଏବରେଲିରେ ପହଞ୍ଚିଛନ୍ତି। ଏଠାରେ ସେ ଭୁମାଉ ଗେଷ୍ଟ ହାଉସରେ ଓକିଲ, ବ୍ୟବସାୟୀ ଏବଂ ଡାକ୍ତରଙ୍କ ସହ ଏକ ବୈଠକ କରିବେ। ଏହା ସହିତ ରାହୁଲ ଗାନ୍ଧୀ ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ପରିବାର ସଦସ୍ୟ ଏବଂ କଂଗ୍ରେସ କର୍ମୀଙ୍କୁ ଭେଟିବେ।
ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ରାଏବରେଲିରୁ ତିନି ଲକ୍ଷ ୯୦ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ନିର୍ବାଚନରେ ଜିତିବା ପରେ ସେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ କର୍ମୀ ସମ୍ମିଳନୀ କରିଥିଲେ। ଇତିମଧ୍ୟରେ ରାହୁଲ ଗାନ୍ଧୀ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଏବରେଲିରେ ପହଞ୍ଚିଛନ୍ତି।
The post ରାହୁଲଙ୍କ ରାଏବରେଲି ପ୍ରେମ! ଗୋଟିଏ ମାସରେ ଦୁଇଥର… appeared first on Dharitri Odia News.