ରାହୁଲଙ୍କୁ ନିର୍ବାଚନ ଜିତାଇବାର ଦାୟିତ୍ୱ ନେଲେ ପ୍ରିୟଙ୍କା, ଭୋଟିଂ ଦିନ ପର୍ଯ୍ୟନ୍ତ ରହିବେ ରାୟବରେଲୀରେ

ନୂଆଦିଲ୍ଲୀ ୫।୫: ରାହୁଲ ଗାନ୍ଧି ରାୟବରେଲୀରେ ନିର୍ବାଚନକୁ ଓହ୍ଲାଇବା ସହ ତାଙ୍କ ଭଉଣୀ କଂଗ୍ରେସର ଗଡ଼ ଥିବା ଆମେଥୀ ଓ ରାୟବରେଲୀରେ ନିର୍ବାଚନର ମଙ୍ଗ ସମ୍ଭାଳିଛନ୍ତି। ସୂତ୍ର ଅନୁସାରେ ଦୁଇ ହ୍ରାଇପ୍ରୋଫାଇଲ ଆସନରେ ତାଙ୍କ ଭାଇ ଓ କିଶୋରୀଲାଲ ଶର୍ମାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ପାର୍ଟି ନେତା ପ୍ରିୟଙ୍କା ଭଦ୍ରା ସୋମବାରଠାରୁ ଉତ୍ତରପ୍ରଦେଶର ଏହି ଦୁଇ ଲୋକସଭା ଆସନରେ ଡେରା ପକାଇବେ। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଶୁକ୍ରବାର ରାହୁଲ ଗାନ୍ଧିଙ୍କୁ ରାୟବରେଲୀରୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ନିର୍ବାଚନମଣ୍ଡଳି ଗତ ଦୁଇ ଦଶନ୍ଧୀରୁ ଊର୍ଦ୍ଧ୍ୱକାଳ ହେଲା ସୋନିଆ ଗାନ୍ଧି ଓ ଗାନ୍ଧି ପରିବାରର ନିକଟତମ ସହଯୋଗୀ କିଶୋରୀଲାଲ ଶର୍ମାଙ୍କ ନିର୍ବାଚନ କ୍ଷେତ୍ର। ତେବେ ଶର୍ମାଙ୍କୁ ଆମେଥିରୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧି ନିର୍ବାଚନ ପ୍ରଚାରର ମଙ୍ଗ ସମ୍ଭାଳିଥିବା ବେଳେ ରାହୁଲ ଗାନ୍ଧି ଓ ଶର୍ମାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଦୁଇ ନିର୍ବାଚନମଣ୍ଡଳିରେ ଆକ୍ରମକ ପ୍ରଚାର କରିବେ। ରାହୁଲ ଗାନ୍ଧି ସାରା ଦେଶରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ନିମନ୍ତେ ପ୍ରଚାର କରୁଛନ୍ତି। ଏଣୁ ପ୍ରିୟଙ୍କା ଗାନ୍ଧି ଏହି ଦୁଇ ନିର୍ବାଚନମଣ୍ଡଳିର ପ୍ରଚାର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ସେ କହିଛନ୍ତି ଯେ ରାୟବରେଲୀରେ ବଡ଼ ଅନ୍ତରରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବା ସହିତ ଆମେଥିକୁ ପୁଣି ହାତକୁ ନେବାକୁ ଚେଷ୍ଟା କରାଯିବ। ଆମେଥି

ରାହୁଲଙ୍କୁ ନିର୍ବାଚନ ଜିତାଇବାର ଦାୟିତ୍ୱ ନେଲେ ପ୍ରିୟଙ୍କା, ଭୋଟିଂ ଦିନ ପର୍ଯ୍ୟନ୍ତ ରହିବେ ରାୟବରେଲୀରେ

ନୂଆଦିଲ୍ଲୀ ୫।୫: ରାହୁଲ ଗାନ୍ଧି ରାୟବରେଲୀରେ ନିର୍ବାଚନକୁ ଓହ୍ଲାଇବା ସହ ତାଙ୍କ ଭଉଣୀ କଂଗ୍ରେସର ଗଡ଼ ଥିବା ଆମେଥୀ ଓ ରାୟବରେଲୀରେ ନିର୍ବାଚନର ମଙ୍ଗ ସମ୍ଭାଳିଛନ୍ତି। ସୂତ୍ର ଅନୁସାରେ ଦୁଇ ହ୍ରାଇପ୍ରୋଫାଇଲ ଆସନରେ ତାଙ୍କ ଭାଇ ଓ କିଶୋରୀଲାଲ ଶର୍ମାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ପାର୍ଟି ନେତା ପ୍ରିୟଙ୍କା ଭଦ୍ରା ସୋମବାରଠାରୁ ଉତ୍ତରପ୍ରଦେଶର ଏହି ଦୁଇ ଲୋକସଭା ଆସନରେ ଡେରା ପକାଇବେ। 

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଶୁକ୍ରବାର ରାହୁଲ ଗାନ୍ଧିଙ୍କୁ ରାୟବରେଲୀରୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ନିର୍ବାଚନମଣ୍ଡଳି ଗତ ଦୁଇ ଦଶନ୍ଧୀରୁ ଊର୍ଦ୍ଧ୍ୱକାଳ ହେଲା ସୋନିଆ ଗାନ୍ଧି ଓ ଗାନ୍ଧି ପରିବାରର ନିକଟତମ ସହଯୋଗୀ କିଶୋରୀଲାଲ ଶର୍ମାଙ୍କ ନିର୍ବାଚନ କ୍ଷେତ୍ର। ତେବେ ଶର୍ମାଙ୍କୁ ଆମେଥିରୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧି ନିର୍ବାଚନ ପ୍ରଚାରର ମଙ୍ଗ ସମ୍ଭାଳିଥିବା ବେଳେ ରାହୁଲ ଗାନ୍ଧି ଓ ଶର୍ମାଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ଦୁଇ ନିର୍ବାଚନମଣ୍ଡଳିରେ ଆକ୍ରମକ ପ୍ରଚାର କରିବେ। 

ରାହୁଲ ଗାନ୍ଧି ସାରା ଦେଶରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ନିମନ୍ତେ ପ୍ରଚାର କରୁଛନ୍ତି। ଏଣୁ ପ୍ରିୟଙ୍କା ଗାନ୍ଧି ଏହି ଦୁଇ ନିର୍ବାଚନମଣ୍ଡଳିର ପ୍ରଚାର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ସେ କହିଛନ୍ତି ଯେ ରାୟବରେଲୀରେ ବଡ଼ ଅନ୍ତରରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବା ସହିତ ଆମେଥିକୁ ପୁଣି ହାତକୁ ନେବାକୁ ଚେଷ୍ଟା କରାଯିବ। ଆମେଥିରେ ବିଜେପି ନେତ୍ରୀ ସ୍ମୃତି ଇରାନୀ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ। 

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପ୍ରିୟଙ୍କା ଗାନ୍ଧି ଆମଥି ଓ ରାୟବରେଲୀରେ ନିର୍ବାଚନ ପ୍ରଚାରର ନେତୃତ୍ୱ ନେବେ। ଉଭୟ ନିର୍ବାଚନମଣ୍ଡଳିର ଭୋଟ ଗ୍ରହଣ ପର୍ଯ୍ୟନ୍ତ ସେ ନିର୍ବାଚନମଣ୍ଡଳିରେ ରହିବେ। ଏହି ସମୟରେ ପ୍ରିୟଙ୍କା ଶତାଧିକ ସଭା ସମିତି, ବୈଠକ ଓ ଘରଘର ବୁଲି ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି ପ୍ରଚାର ଅଭିଯାନର କେନ୍ଦ୍ର ରାୟବରେଲୀ ହେବ। ଯେଉଁଠି ପ୍ରିୟଙ୍କା ଏକ ଗେଷ୍ଟ ହାଉସ୍‌ରେ ଅବସ୍ଥାନ କରିବେ। ଏହି ସମୟରେ ବୁଥ୍ ପ୍ରବନ୍ଧନ ସହ ଆଉଟରିଚ୍ ପର୍ଯ୍ୟନ୍ତ ସବୁ କାମ ପ୍ରିୟଙ୍କା ସମ୍ଭାଳିବେ, ଯାହା ଏବେଠୁ ଆରମ୍ଭ ହୋଇଗଲାଣି।