ରାୟଗଡାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ

ଭୁବନେଶ୍ୱର: ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ। ରାୟଗଡାରେ ପ୍ରତିଷ୍ଠା ହେବ ଆଦିତ୍ୟ ଆଲୁମିନା... The post ରାୟଗଡାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ appeared first on .

ରାୟଗଡାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ

ଭୁବନେଶ୍ୱର: ଆଦିବାସୀ ବହୁଳ ରାୟଗଡା ଜିଲ୍ଲାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ। ରାୟଗଡାରେ ପ୍ରତିଷ୍ଠା ହେବ ଆଦିତ୍ୟ ଆଲୁମିନା ରିଫାଇନାରୀ ବା ହିଣ୍ଡାଲକୋ ଓ ପୋଷାକ କାରଖାନା। ଏହି ଦୁଇଟି ପ୍ରକଳ୍ପ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାୟଗଡାର କଂଶାରୀଗୁଡାଠାରେ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେଉଥିବା ବେଳେ ଫୁଲୁଜିବା ଗାଁରେ ପ୍ରତିଷ୍ଠା ହେବ ପୋଷାକ କାରଖାନା।

୨ ନିୟୁତ ଟନ କ୍ଷମତା ସମ୍ପନ୍ନ ଏହି ଆଲୁମିନା ରିଫାଇନାରୀ ପାଇଁ ୮ହଜାର କୋଟି ଟଙ୍କାର ପୁଂଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ। ସେହିଭଳି ପୋଷାକ କାରଖାନାରୁ ବାର୍ଷିକ ୩୬ ଲକ୍ଷ ସାର୍ଟ ତିଆରି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ଶିଳ୍ପାୟନରେ ଏହା କେବଳ ଏକ ମାଇଲଖୁଣ୍ଟ ନୁହେଁ। ରାଜ୍ୟର ଅନାଲୋଚିତ ପ୍ରାକୃତିକ ସମ୍ବଳର ସୁବିନିଯୋଗର ଏକ ସୁଯୋଗ। ରାଜ୍ୟର ଶିଳ୍ପ ମାନଚିତ୍ରରେ ଏହି ଦୁଇ ପ୍ରକଳ୍ପ ଏକ ନୂଆ ଅଧ୍ୟାୟ।

ରାଜ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ ପୁଂଜିନିବେଶ ପୁଣି ଥରେ ପ୍ରମାଣିତ କରିଛି ଯେ, ଉତ୍ପାଦନଭିତ୍ତିକ ଶିଳ୍ପ ପାଇଁ ଓଡିଶା ଶିଳ୍ପପତିଙ୍କ ପସନ୍ଦ । ଭୂମିପୂଜନ ସମାରୋହରେ ଏହି ଦୁଇ ପ୍ରକଳ୍ପ ପ୍ରତିଷ୍ଠାରେ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ଏଥିସହିତ ପ୍ରକଳ୍ପ ପାଇଁ ରାୟଗଡାବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଏହି ଦୁଇ ପ୍ରକଳ୍ପ ରାୟଗଡାର ଆର୍ଥିକ ସ୍ଥିତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଗତ ଅକ୍ଟୋବର ୫ ତାରିଖରେ ହୋଇଥିବା ଏମଓୟୁରେ ସରକାର ରିଫାଇନାରୀ ପ୍ଲାଣ୍ଟ ପାଇଁ ଦୀର୍ଘମିଆଦି କଞ୍ଚାମାଲ ଯୋଗାଦେବାକୁ ଚୁକ୍ତି ହୋଇଛି। ସେହିଭଳି ପୋଷାକ କାରଖାନା ଦ୍ବାରା ପ୍ରାୟ ୩ହଜାର ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ଫାଇଭ ଟି ଅଧ୍ୟକ୍ଷ, ହିଣ୍ଡାଲକୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

The post ରାୟଗଡାରେ ପୁଞ୍ଜିନିବେଶ କରିବ ଆଦିତ୍ୟ ବିର୍ଲା ଗ୍ରୁପ appeared first on .