ରାୟବରେଲିରୁ ସାଂସଦ ରହିବେ ରାହୁଲ, ଓ୍ଵାୟନାଡ଼ରୁ ଉପ ନିର୍ବାଚନ ଲଢିବେ ପ୍ରିୟଙ୍କା; କଂଗ୍ରେସର ବଡ଼ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେଉଁ ସଂସଦୀୟ ଆସନ ନିଜ ପାଖରେ ରଖିବେ ଏବଂ କେଉଁ ଆସନ ଛାଡ଼ିବେ। ଏହାକୁ ନେଇ ଗତ କିଛି ଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଜି ଏହା ଉପରେ ବିରାମ ଲାଗିଛି। କଂଗ୍ରେସର ପରମ୍ପରାଗତ ଆସନ ରାୟବରେଲିକୁ ନିଜ ପାଖରେ ରଖିବେ ଏବଂ ଓ୍ଵାୟନାଡ଼ରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ । ସୋମବାର ଏହାର ଘୋଷଣା କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।  ସେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ କେରଳର ଓ୍ଵାୟନାଡ଼ରୁ ଉପ ନିର୍ବାଚନ ଲଢିବେ ।  ଏହି ଅବସରରେ ସେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ପୁରୁଣା ସ୍ଲୋଗାନ 'ଲଡକି ହୁଁ, ଲଢ ସକତି ହୁଁ' ଉଲ୍ଲେଖ କରି କହିଛନ୍ତି ଯେ ସେ ୱାୟନଡରୁ ଉପ ନିର୍ବାଚନ ଲଢିବେ । ଏହିପରି କଂଗ୍ରେସ ଗୋଟିଏ ଦିନରେ ଦୁଇଟି ବଡ଼ ଘୋଷଣା କରିଛି ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ୱାୟନାଡ ଲୋକସଭା ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜର ପାରିବାରିକ ଗଡ଼ ରାୟବରେଲିରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ସାଧାରଣ ନିର୍ବାଚନର ଉଭୟ ଆସନ-କେରଳର ୱାୟନାଡ ଏବଂ ଉତ୍ତର ପ୍ରଦେଶର ରାୟବରେଲିରେ ପ୍ରଭାବଶାଳୀ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।ରାହୁଲ ଗାନ୍ଧୀ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାୟବରେଲି ଏବଂ ୱାୟନାଡ ଉଭୟ ସ୍ଥାନ ସହ ଭାବନାତ୍ମାକ ସମ୍ୱନ୍ଧ ରହିଛି । ଗତ ୫ ବର୍ଷରେ ସେ ୱାୟନାଡରୁ ସାଂସଦ

ରାୟବରେଲିରୁ ସାଂସଦ ରହିବେ ରାହୁଲ, ଓ୍ଵାୟନାଡ଼ରୁ ଉପ ନିର୍ବାଚନ ଲଢିବେ ପ୍ରିୟଙ୍କା; କଂଗ୍ରେସର ବଡ଼ ଘୋଷଣା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେଉଁ ସଂସଦୀୟ ଆସନ ନିଜ ପାଖରେ ରଖିବେ ଏବଂ କେଉଁ ଆସନ ଛାଡ଼ିବେ। ଏହାକୁ ନେଇ ଗତ କିଛି ଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଜି ଏହା ଉପରେ ବିରାମ ଲାଗିଛି। କଂଗ୍ରେସର ପରମ୍ପରାଗତ ଆସନ ରାୟବରେଲିକୁ ନିଜ ପାଖରେ ରଖିବେ ଏବଂ ଓ୍ଵାୟନାଡ଼ରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ । ସୋମବାର ଏହାର ଘୋଷଣା କରିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ।  ସେ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ କେରଳର ଓ୍ଵାୟନାଡ଼ରୁ ଉପ ନିର୍ବାଚନ ଲଢିବେ ।  

ଏହି ଅବସରରେ ସେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ପୁରୁଣା ସ୍ଲୋଗାନ 'ଲଡକି ହୁଁ, ଲଢ ସକତି ହୁଁ' ଉଲ୍ଲେଖ କରି କହିଛନ୍ତି ଯେ ସେ ୱାୟନଡରୁ ଉପ ନିର୍ବାଚନ ଲଢିବେ । ଏହିପରି କଂଗ୍ରେସ ଗୋଟିଏ ଦିନରେ ଦୁଇଟି ବଡ଼ ଘୋଷଣା କରିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ୱାୟନାଡ ଲୋକସଭା ଆସନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜର ପାରିବାରିକ ଗଡ଼ ରାୟବରେଲିରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ସାଧାରଣ ନିର୍ବାଚନର ଉଭୟ ଆସନ-କେରଳର ୱାୟନାଡ ଏବଂ ଉତ୍ତର ପ୍ରଦେଶର ରାୟବରେଲିରେ ପ୍ରଭାବଶାଳୀ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।

ରାହୁଲ ଗାନ୍ଧୀ ଏହା ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାୟବରେଲି ଏବଂ ୱାୟନାଡ ଉଭୟ ସ୍ଥାନ ସହ ଭାବନାତ୍ମାକ ସମ୍ୱନ୍ଧ ରହିଛି । ଗତ ୫ ବର୍ଷରେ ସେ ୱାୟନାଡରୁ ସାଂସଦ ଥିଲେ । ଏହି ସମୟରେ ସେଠାକାର ଜନତା ବହୁ ଭଲପାଇବା ଦେଇଛନ୍ତି । ସବୁବେଳେ ଏହାକୁ ମନେ ରଖିବି । ସେ କହିଛନ୍ତି ଯେ ନିଜ ଭଲପାଇବା ଦେବା ଏବଂ ବିଶ୍ୱାସ ଜିତିବା ପାଇଁ ୱାୟନାଡ ଲୋକଙ୍କ ଧନ୍ୟବାଦ ଦେଉଛି । ସମୟ-ସମୟରେ ଏଠାକୁ ଆସିବେ । ରାହୁଲ କହିଛନ୍ତି ଯେ ପ୍ରିୟଙ୍କା ସେଠାରୁ ନିର୍ବାଚନ ଲଢିବେ ଏବଂ ୱାୟନାଡ ପାଇଁ ଆମେ ଯେଉଁ ପ୍ରତିଶ୍ରୁତି କରିଥିଲୁ, ତାକୁ ପୂରଣ କରିବୁ ।