ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ

ନୂଆଦିଲ୍ଲୀ, ୨୦।୮: ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୫ ସିଜନ ପାଇଁ ସମ୍ଭାବ୍ୟ ଖେଳାଳି ରିଟେନଶନ ଓ ଚୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ସ୍ବାଭାବିକଭାବେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ରିଙ୍କୁ ସିଂ। ବିସ୍ଫୋରକ ବ୍ୟାଟିଂ ପାଇଁ ନିଜର ଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିବା ରିଙ୍କୁ ସିଂଙ୍କୁ ତାଙ୍କ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ରିଟେନ କରିବ […] The post ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ appeared first on Dharitri Odia News.

ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ

ନୂଆଦିଲ୍ଲୀ, ୨୦।୮: ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୫ ସିଜନ ପାଇଁ ସମ୍ଭାବ୍ୟ ଖେଳାଳି ରିଟେନଶନ ଓ ଚୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ସ୍ବାଭାବିକଭାବେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ରିଙ୍କୁ ସିଂ। ବିସ୍ଫୋରକ ବ୍ୟାଟିଂ ପାଇଁ ନିଜର ଏ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଥିବା ରିଙ୍କୁ ସିଂଙ୍କୁ ତାଙ୍କ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ ରାଇଡର୍ସ ରିଟେନ କରିବ କ ନାହିଁ ତା’ ଉପରେ ଅନ୍ୟ ଦ ଗୁଡ଼ିକର ନଜର ରହିଛି। କୋଲକାତାର ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେବେ ୨୦୨୫ ସିଜନ ପାଇଁ ସବୁ ଦଳରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଏହି କ୍ରମରେ ନାଇଟ ରାଇଡର୍ସ ଯଦି ତାଙ୍କୁ ରିଟେନ ନ କରେ ତେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଖେଳିବାକୁ ଇଚ୍ଛୁକ ଥିବା ନିଜେ ରିଙ୍କୁ ସୂଚନା ଦେଇଛନ୍ତି।

ଏହାର ଏକମାତ୍ର କାରଣ ହେଉଛନ୍ତି ବିରାଟ କୋହଲି ବୋଲି ନିକଟରେ ସେ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। କୋହଲିଙ୍କ ପ୍ରତି ରିଙ୍କୁଙ୍କ ସମ୍ମାନ ସମସ୍ତେ ଜାଣନ୍ତି। ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ପୂର୍ବ ସିଜନରେ ତାଙ୍କ ବ୍ୟାଟ୍‌ ଭାଙ୍ଗିଯିବାରୁ ସେ କୋହଲିଙ୍କୁ ଏକ ବ୍ୟାଟ୍‌ ଦେବାକୁ ଅନୁରୋଧ କରିଥିଲେ। କୋହଲି ପ୍ରଥମେ ଅନିଚ୍ଛୁକ ଥିଲେ ହେଁ ପରେ ତାଙ୍କୁ ଏକ ନୂଆ ବ୍ୟାଟ୍‌ ଉପହାର ଦେଇଥିଲେ। କୋହଲିଙ୍କ ସହ ଗୋଟିଏ ଦଳରେ ଖେଳିବାକୁ ସମ୍ଭବତଃ ତାଙ୍କର ଇଚ୍ଛା ଥିବାରୁ ରିଙ୍କୁ ଆରସିବିକୁ ଯିବାକୁ ଆଗ୍ରହ ରଖିଛନ୍ତି ବୋଲି ଆଲୋଚନା ହେଉଛି। ମାତ୍ର ନାଇଟ ରାଇଡର୍ସ ଫ୍ରାଞ୍ଚାଇଜ୍‌ ତାଙ୍କୁ ରିଲିଜ କରିବ କି ନାହିଁ ତା’ ଉପରେ ଅନେକ କିଛି ନିର୍ଭର କରିବ।

୨୦୨୩ ସିଜନରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ ରିଙ୍କୁ। ଏହି ବାମହାତୀ ବ୍ୟାଟର ଦଳ ପକ୍ଷରୁ ଟପ୍‌ ସ୍କୋରର ରହିଥିଲେ। ଗୁଜରାଟ ଟାଇଟନ୍ସ ବିପକ୍ଷରେ ଗୋଟିଏ ଓଭରରେ ୫ ଛକା ମାରି ସେ କୋଲକାତାକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ସେବେଠାରୁ ତାଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ଆଇପିଏଲ୍‌ରେ ସଫଳତା ସତ୍ତ୍ୱେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ନିକଟରେ ଘୋଷିତ ଦୁଲୀପ ଟ୍ରଫିର କୌଣସି ଦଳରେ ରିଙ୍କୁଙ୍କୁ ସ୍ଥାନ ମିଳିନାହିଁ। ତେବେ ଏଥିପାଇଁ ଚିନ୍ତିତ ନାହାନ୍ତି ରିଙ୍କୁ। ମାତ୍ର ୨-୩ଟି ରଣଜୀ ଟ୍ରଫି ମ୍ୟାଚ ଖେଳିବା ଏବଂ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରି ନ ପାରିବା କାରଣରୁ ହୁଏତ ତାଙ୍କୁ ସ୍ଥାନ ମିଳିନାହିଁ ବୋଲି ସେ ଅନୁଭବ କରୁଛନ୍ତି।

The post ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ appeared first on Dharitri Odia News.