ରିଚାର୍ଜ ପ୍ଲାନ୍ ବଢିଲା, ହେଲେ ସେବା ମାନ ଯେମିତି ସେମିତି, କଲ୍ ଡ୍ରପ୍ ସମସ୍ୟାର ହେଉନି ସମାଧାନ

ନୂଆଦିଲ୍ଲୀ : ନିକଟରେ ଦେଶର ଟେଲିକମ୍ କମ୍ପାନୀଗୁଡିକ କଲ୍‌ ଟାରିଫ୍‌ରେ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ଫଳରେ ଦେଶରେ ଟେଲିକମ୍‌ କଲ୍‌ ମହଙ୍ଗା ହୋଇଯାଇଛି। ଯଦିବା ଟେଲିକମ୍‌ ଅପରେଟରମାନେ କଲ୍‌ ଟାରିଫ୍‌ରେ ବୃଦ୍ଧି ଘଟାଇଛନ୍ତି ହେଲେ ସେମାନଙ୍କ ସେବାରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ। ଦୀର୍ଘ ବର୍ଷ ହେବ ଟେଲିକମ୍‌ ଉପଭୋକ୍ତା ମାନେ ସମ୍ମୁଖୀନ ହେଉଥିବା କଲ୍‌ ଡପ୍‌ ସମସ୍ୟାରେ କିଛି ବି ସୁଧାରେ ଆସିନାହଁ। ସଦ୍ୟ ହସ୍ତଗତ ଏକ ରିପୋର୍ଟ ଅନୁଯାୟୀ, ଦେଶର ପ୍ରତି ୧୦ […]

ରିଚାର୍ଜ ପ୍ଲାନ୍ ବଢିଲା, ହେଲେ ସେବା ମାନ ଯେମିତି ସେମିତି, କଲ୍ ଡ୍ରପ୍ ସମସ୍ୟାର ହେଉନି ସମାଧାନ
89per cent mobile users experience call drop issues

ନୂଆଦିଲ୍ଲୀ : ନିକଟରେ ଦେଶର ଟେଲିକମ୍ କମ୍ପାନୀଗୁଡିକ କଲ୍‌ ଟାରିଫ୍‌ରେ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ଫଳରେ ଦେଶରେ ଟେଲିକମ୍‌ କଲ୍‌ ମହଙ୍ଗା ହୋଇଯାଇଛି। ଯଦିବା ଟେଲିକମ୍‌ ଅପରେଟରମାନେ କଲ୍‌ ଟାରିଫ୍‌ରେ ବୃଦ୍ଧି ଘଟାଇଛନ୍ତି ହେଲେ ସେମାନଙ୍କ ସେବାରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ। ଦୀର୍ଘ ବର୍ଷ ହେବ ଟେଲିକମ୍‌ ଉପଭୋକ୍ତା ମାନେ ସମ୍ମୁଖୀନ ହେଉଥିବା କଲ୍‌ ଡପ୍‌ ସମସ୍ୟାରେ କିଛି ବି ସୁଧାରେ ଆସିନାହଁ।

ସଦ୍ୟ ହସ୍ତଗତ ଏକ ରିପୋର୍ଟ ଅନୁଯାୟୀ, ଦେଶର ପ୍ରତି ୧୦ ଗ୍ରାହକଙ୍କ ମଧ୍ୟରୁ ୯ଜଣ ଗ୍ରାହକ କଲ୍ ଡ୍ରପ୍ ଅର୍ଥାତ୍ କଥାବାର୍ତ୍ତା ସମୟରେ ଫୋନ୍‌ କଲ୍ ବିଚ୍ଛିନ୍ନ ହେବା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଲୋକମାନେ ଇଣ୍ଟରନେଟ୍ କଲ୍ କରୁଛନ୍ତି। ଲୋକାଲ୍ ସର୍କଲ୍‌ ସର୍ଭେ ରିପୋର୍ଟ ଅନୁଯାୟୀ ମାର୍ଚ୍ଚରୁ ଜୁନ୍ ମଧ୍ୟରେ କଲ୍ ଡ୍ରପ୍ ମାମଲା ବୃଦ୍ଧି ପାଇଛି। ଏହି ସର୍ଭେ ଦେଶର ୩୬୨ଟି ଜିଲ୍ଲାର ୩୨,୦୦୦ ଲୋକଙ୍କୁ ନେଇ କରାଯାଇଛି। ସର୍ଭେରେ କୁହାଯାଇଛି ଯେ ୮୯ ପ୍ରତିଶତ ଲୋକଙ୍କ ମଧ୍ୟରୁ ୩୮ ପ୍ରତିଶତ ଲୋକ ଏମିତି ରହିଛନ୍ତି ଯେଉଁମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଫୋନ କଲ୍‌ ବିଚ୍ଛିନ୍ନତା ସମସ୍ୟାର ସାମ୍ନା କରିବାକୁ ପଡିବ। ୧୭ ପ୍ରତିଶତ କହିଛନ୍ତି ଯେ ପ୍ରାୟ ୫୦ ପ୍ରତିଶତ ଲୋକ ବାର୍ତ୍ତାଳାପ ବେେଳ ଫୋନ୍‌ କଲ୍ ବିଚ୍ଛିନ୍ନ ହେବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେବେ ୨୧ ପ୍ରତିଶତ ଉପଭୋକ୍ତାଙ୍କର କହିବା ହେଉଛି ସେମାନେ ଟେଲି ଫୋନ୍‌ କଲ୍ କରିବା ସମୟରେ ୨୦-୫୦ ପ୍ରତିଶତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥାଏ କିମ୍ବା ହଠାତ୍ କଲ୍‌ କଟିଯାଇଥାଏ। ପ୍ରତି ତିନି ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ କଲ୍ ପାଇଁ କଳ୍‌ କରିବା ପାଇଁ ଆପ୍ ବ୍ୟବହାର କରୁଥÒବା ସର୍ଭେରେ କହିଛନ୍ତି। ସର୍ଭେ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରେ ୱାଇ-ଫାଇ ମାଧ୍ୟମରେ କଲ୍‌ କରିବା ପାଇଁ ଓଟିଟିଆପ୍ସର ବ୍ୟବହାର ବୃଦ୍ଧି ପାଇଛି। ଏହା ଗ୍ରାହକମାନଙ୍କୁ ଉତ୍ତମ କଲ୍ ସେବା ଯୋଗାଇଦେଇଥାଏ। ପ୍ରତି ତିନି ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ ୱାଇ-ଫାଇ ମାଧ୍ୟମରେ ଫୋନ୍ କଲ୍‌ କରିବାକୁ ବାଧ୍ୟ ହେଉଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଏହିପରି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି।