ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ମୁମ୍ବଇ : ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆର୍‌ବିଆଇ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମନ୍ଥରତା ଓ ବଢ଼ୁଥିବା ମୁଦ୍ରାସ୍ଫୀତି ତାଙ୍କ ପାଇଁ ଆହ୍ବାନ ହେବ। ରାଜସ୍ଥାନ କ୍ୟାଡର ଆଇଏଏସ୍‌ ସଞ୍ଜୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଅଭିବୃଦ୍ଧି […]

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ମୁମ୍ବଇ : ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆର୍‌ବିଆଇ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମନ୍ଥରତା ଓ ବଢ଼ୁଥିବା ମୁଦ୍ରାସ୍ଫୀତି ତାଙ୍କ ପାଇଁ ଆହ୍ବାନ ହେବ। ରାଜସ୍ଥାନ କ୍ୟାଡର ଆଇଏଏସ୍‌ ସଞ୍ଜୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନା ନାହିଁ। ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ହ୍ରାସ ପାଇଥିଲା। ଏହା ୭ଟି ତ୍ରୟମାସରେ ସର୍ବନିମ୍ନ। ଅନ୍ୟପକ୍ଷରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ଆର୍‌ବିଆଇର ଧାର୍ଯ୍ୟ ଲକ୍ଷ୍ୟ ୬ ପ୍ରତିଶତକୁ ଅତିକ୍ରମ କରି ୬.୨୧ ପ୍ରତିଶତରେ ପହଞ୍ଚିଥିଲା। ସଞ୍ଜୟଙ୍କ ନିଯୁକ୍ତି ପରେ ଫେବୃଆରୀ​‌େ​‌ର ଅନୁଷ୍ଠିତ ହେବାକୁ ଥିବା ମୁଦ୍ରା ନୀତି କମିଟି ବୈଠକରେ ସୁଧ ହାର ହ୍ରାସ ପାଇବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସମୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବା ପାଇଁ ୨ ବର୍ଷରେ କ୍ରମାଗତ ୧୧ ଥର ବୈଠକରେ ସୁଧ ହାର ସ୍ଥିର ରହିଥିଲା। ଦାୟିତ୍ବ ଗ୍ରହଣ ପରେ ସଞ୍ଜୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍‌ବିଆଇର ମୁଖ୍ୟ ବିଷୟ ସ୍ଥିରତା, ବିଶ୍ୱାସ ଏବଂ ଅଭିବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କର ମାର୍ଗଦର୍ଶନ ଜାରି ରଖିବ। ସଞ୍ଜୟ ଏହାକୁ ଉଭୟ ସମ୍ମାନ ଏବଂ ଏକ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ବୋଲି କହିଛନ୍ତି।