ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ; ଅକ୍ଟୋବର ୭ରୁ ୯ ଯାଏଁ ୩ ଦିନ ମିଟିଂ

ନୂଆଦିଲ୍ଲୀ: ଅକ୍ଟୋବର ୭ରୁ ୯ ତାରିଖ ଯାଏଁ  ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଏହି ବୈଠକ ଉପରେ ଭାରତୀୟ ବଜାରର ନଜର ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ  ଦାସଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ବସୁଛି । ଆର୍‌ବିଆଇ ଏମ୍‌ପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆସନ୍ତା ୯ ତାରିଖରେ ଘୋଷଣା ହେବ । ଚଳିତ ଥର ଆର୍‌ବିଆଇ ସୁଧହାରରେ କୌଣସି  ପରିବର୍ତ୍ତନ କରିବ ନାହିଁ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି । ମୁଦ୍ରାସ୍ଫୀତି, ମଧ୍ୟ ପ୍ରାଚ୍ୟ ସମସ୍ୟା ଏବଂ ଅଶୋଧିତ ତୈଲ ଦର ବୃଦ୍ଧି ଯୋଗୁ ବଜାର ଉପରେ  ରହିଥିବା ପ୍ରଭାବ ଭଳି ଦିଗ ଗୁଡିକ ଉପରେ ଆର୍‌ବିଆଇ ଧ୍ୟାନ ଦେବ । ସେହିଭଳି କର୍ପୋରେଟର ଲାଭ,  ଯୁଦ୍ଧ ସ୍ଥିତି,ଆମେରିକାର ମୁଦ୍ରାସ୍ଫୀତି ଡାଟା  ଭଳି ଦିଗ ଗୁଡିକ ଉପରେ କେନ୍ଦ୍ରୀୟ  ବ୍ୟାଙ୍କ କଡା ନଜର ରଖିବ ବୋଲି  କହିଛନ୍ତି ବଜାର ବିଶେଷଜ୍ଞ । ଏଭଳି ଦିଗ ଗୁଡିକ ଦେଶର ପୁଞ୍ଜି ବଜାରର  ସ୍ଥିତି ନିର୍ଦ୍ଧାରଣ କରିବ ।  ହରିଆଣା ଏବଂ ଜମ୍ମୁ କାଶ୍ମୀର  ବିଧାନସଭା ନିର୍ବାଚନ ଭୋଟ୍  ଗଣତି ଅକ୍ଟୋବର ୮ରେ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ  ଭାରତୀୟ ବଜାର ସଙ୍କଟ ସ୍ଥିତି ଦେଇ  ଗତି କରୁଛି । ସପ୍ତାହରେ ଭାରତୀୟ  ପୁଞ୍ଜି ବଜାର ୪.୫% ହ୍ରାସ ହୋଇଛି ।  ଯୁଦ୍ଧ ସ୍ଥିତି ଯୋଗୁ ତେଲ ଦର ବୃଦ୍ଧି  ହେଲେ ଏହା ବଜାର ଲାଗି ଚିନ୍ତାରକାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।

ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ; ଅକ୍ଟୋବର ୭ରୁ ୯ ଯାଏଁ ୩ ଦିନ ମିଟିଂ

ନୂଆଦିଲ୍ଲୀ: ଅକ୍ଟୋବର ୭ରୁ ୯ ତାରିଖ ଯାଏଁ  ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ । ଏହି ବୈଠକ ଉପରେ ଭାରତୀୟ ବଜାରର ନଜର ରହିଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ  ଦାସଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ବସୁଛି । ଆର୍‌ବିଆଇ ଏମ୍‌ପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆସନ୍ତା ୯ ତାରିଖରେ ଘୋଷଣା ହେବ । ଚଳିତ ଥର ଆର୍‌ବିଆଇ ସୁଧହାରରେ କୌଣସି  ପରିବର୍ତ୍ତନ କରିବ ନାହିଁ ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି । 

ମୁଦ୍ରାସ୍ଫୀତି, ମଧ୍ୟ ପ୍ରାଚ୍ୟ ସମସ୍ୟା ଏବଂ ଅଶୋଧିତ ତୈଲ ଦର ବୃଦ୍ଧି ଯୋଗୁ ବଜାର ଉପରେ  ରହିଥିବା ପ୍ରଭାବ ଭଳି ଦିଗ ଗୁଡିକ ଉପରେ ଆର୍‌ବିଆଇ ଧ୍ୟାନ ଦେବ । ସେହିଭଳି କର୍ପୋରେଟର ଲାଭ,  ଯୁଦ୍ଧ ସ୍ଥିତି,ଆମେରିକାର ମୁଦ୍ରାସ୍ଫୀତି ଡାଟା  ଭଳି ଦିଗ ଗୁଡିକ ଉପରେ କେନ୍ଦ୍ରୀୟ  ବ୍ୟାଙ୍କ କଡା ନଜର ରଖିବ ବୋଲି  କହିଛନ୍ତି ବଜାର ବିଶେଷଜ୍ଞ । ଏଭଳି ଦିଗ ଗୁଡିକ ଦେଶର ପୁଞ୍ଜି ବଜାରର  ସ୍ଥିତି ନିର୍ଦ୍ଧାରଣ କରିବ ।  ହରିଆଣା ଏବଂ ଜମ୍ମୁ କାଶ୍ମୀର  ବିଧାନସଭା ନିର୍ବାଚନ ଭୋଟ୍  ଗଣତି ଅକ୍ଟୋବର ୮ରେ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ  ଭାରତୀୟ ବଜାର ସଙ୍କଟ ସ୍ଥିତି ଦେଇ  ଗତି କରୁଛି । ସପ୍ତାହରେ ଭାରତୀୟ  ପୁଞ୍ଜି ବଜାର ୪.୫% ହ୍ରାସ ହୋଇଛି ।  ଯୁଦ୍ଧ ସ୍ଥିତି ଯୋଗୁ ତେଲ ଦର ବୃଦ୍ଧି  ହେଲେ ଏହା ବଜାର ଲାଗି ଚିନ୍ତାରକାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି ।