ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି
ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪ ଆର୍ଥତ୍କବର୍ଷର ୪ର୍ଥ ତ୍ରୈମାସର ସହ ସମ୍ପୂର୍ଣ୍ଣ ଆର୍ଥତ୍କବର୍ଷର ଆର୍ଥତ୍କ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରି କି ୨୦୨୩-୨୪ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈ ମାସିକ (ଜାନୁଆରୀରୁ ମାର୍ଚ୍ଚ)ରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ […] The post ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି appeared first on Dharitri Odia News.
ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪ ଆର୍ଥତ୍କବର୍ଷର ୪ର୍ଥ ତ୍ରୈମାସର ସହ ସମ୍ପୂର୍ଣ୍ଣ ଆର୍ଥତ୍କବର୍ଷର ଆର୍ଥତ୍କ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରି କି ୨୦୨୩-୨୪ ଆର୍ଥତ୍କ ବର୍ଷର ୪ର୍ଥ ତ୍ରୈ ମାସିକ (ଜାନୁଆରୀରୁ ମାର୍ଚ୍ଚ)ରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ ମୋଟ ୫,୩୩୭ କୋଟି ଟଙ୍କାର ନେଟ ଲାଭ ହାସଲ କରିଥିବାବେଳେ ସମ୍ପୂର୍ଣ୍ଣ ଆର୍ଥତ୍କ ବର୍ଷରେ କମ୍ପାନୀ (ରିଲାଏନ୍ସ ଜିଓ)ର ମୋଟ ନେଟ ଲାଭ ୨୦,୪୬୬କୋଟି ଟଙ୍କା ହୋଇଥିବା ରିଲାଏନ୍ସ ଜିଓ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ବିଶେଷ କରି ୨୦୨୪ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ର ନେଟ ଲାଭ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ୧୩.୧୬% ଅଭିବୃଦ୍ଧି ହୋଇଛି। ଏହି ତ୍ରୈମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୫,୯୫୯କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ସେହିଭଳି ୨୦୨୩-୨୪ ସମ୍ପୂର୍ଣ୍ଣ ଆର୍ଥତ୍କ ବର୍ଷରେ ରିଲାଏନ୍ସ ଜିଓର ମୋଟ ନେଟ ଲାଭ ପୂର୍ବ ଆର୍ଥିକ ବର୍ଷ ସମାନ ଅବଧି ତୁଳନାରେ ୧୨.୪% ଅଭିବୃଦ୍ଧି ସହିତ ୨୦,୪୬୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରି କି ଏହି ଆର୍ଥତ୍କ ବର୍ଷ ମଧ୍ୟରେ କମ୍ପାନୀର ମୋଟ ପରିଚାଳନାଗତ ରାଜସ୍ବ ୧୦.୨% ବୃଦ୍ଧି ଘଟି ୧,୦୦,୧୧୯କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ଜିଓର ଟ୍ରୁ ୫ଜି ନେଟ୍ୱର୍କରେ ୧୦.୮କୋଟିରୁ ଊଦ୍ଧର୍ବ ଉପଭୋକ୍ତା ରହିଥିବା ବେଳେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୮.୧୮କୋଟିକୁ ବୃଦ୍ଧି ପାଇଛି, କମ୍ପାନୀର ପ୍ରତ୍ୟେକ ଗ୍ରାହକଙ୍କ ରାଜସ୍ବ ପ୍ରତିମାସ ପିଛା ୧୮୧.୭ ଟଙ୍କା ରହିଛି।
The post ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି appeared first on Dharitri Odia News.