ରିଲାଏନ୍ସ-ଡିଜନୀ ବିଲୟ ଡିଲ୍ ଉପରେ ପ୍ରଶ୍ନବାଚୀ; ସିସିଆଇ କହିଲା ପ୍ରଭାବିତ ହେବ ପ୍ରତିଦ୍ବନ୍ଦ୍ବିତା

ମୁମ୍ବାଇ: ମନୋରଞ୍ଜନକୁ ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହ ଜଡ଼ିତ ସବୁଠ ବଡ଼ ଡିଲ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାଏକମ୍-୧୮ ଏବଂ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର 'ଡିଜନୀ' ସହ ବିଲୟ ନେଇ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗର ମଞ୍ଜୁରୀ ଅନୁମତି ମାଗିଥିଲେ ଉଭୟ କମ୍ପାନି । ତେବେ ଏହି ବଡ଼ ବିଲୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିସିଆଇ ଉଭୟ କମ୍ପାନି ସାମ୍ନାରେ କିଛି ପ୍ରଶ୍ନ ରଖିଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସ ସୂତ୍ରରୁ ପ୍ରକାଶ ପାଇଛି ଯେ, ଉଭୟ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଡେଟ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସିସିଆଇ ପ୍ରଶ୍ନର ଜବାବ ରଖିଛନ୍ତି । ସିସିଆଇ ଅନୁଯାୟୀ, ଏହି ବିଲୟରେ ପ୍ରତିଦ୍ବନ୍ଦ୍ବିତା ପ୍ରଭାବିତ ହେବ । ବିଲୟ କମ୍ପାନି ନିକଟରେ ଆରବ ଡଲାରର ଆକର୍ଷଣୀୟ କ୍ରିକେଟ୍ ପ୍ରସାରଣ ରାଇଟ୍ସର ରହିଛି । ଓଭର ପ୍ରାଇସିଂ ପାଓ୍ବାର ଏବଂ ବିଜ୍ଞାପନଦାତାଙ୍କୁ କବଜା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ମନୋରଞ୍ଜନ ଦୁନିଆର ସବୁଠୁ ବଡ଼ ଡିଲ ନେଇ ସିସିଆଇ ପ୍ରଶ୍ନ ଉଠାଇଛି । ସିସିଆଇ ଏହା ପୂର୍ବରୁ ରିଲାଏନ୍ସ ଏବଂ ଡିଜନୀ ବିଲୟ ସହିତ ଜଡ଼ିତ ପ୍ରାୟ ଶହେ ପ୍ରଶ୍ନ କରିଥିଲା । ଆର୍ଥିକ ଚିନ୍ତାକୁ ସୁଧାରିବା ପାଇଁ ଷ୍ଟାର ଇଣ୍ଡିଆ କିଛି ଟେଲିଭିନ ଚ୍ୟାନେଲକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଥିଲା । ଅନ୍ୟପଟେ ସିସିଆଇ କମ୍ପାନିକୁ ଜବାବ ରଖିବାକୁ 30ଦିନର

ରିଲାଏନ୍ସ-ଡିଜନୀ ବିଲୟ ଡିଲ୍ ଉପରେ ପ୍ରଶ୍ନବାଚୀ; ସିସିଆଇ କହିଲା ପ୍ରଭାବିତ ହେବ ପ୍ରତିଦ୍ବନ୍ଦ୍ବିତା

ମୁମ୍ବାଇ: ମନୋରଞ୍ଜନକୁ ମୁକେଶ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହ ଜଡ଼ିତ ସବୁଠ ବଡ଼ ଡିଲ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାଏକମ୍-୧୮ ଏବଂ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର 'ଡିଜନୀ' ସହ ବିଲୟ ନେଇ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗର ମଞ୍ଜୁରୀ ଅନୁମତି ମାଗିଥିଲେ ଉଭୟ କମ୍ପାନି । ତେବେ ଏହି ବଡ଼ ବିଲୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିସିଆଇ ଉଭୟ କମ୍ପାନି ସାମ୍ନାରେ କିଛି ପ୍ରଶ୍ନ ରଖିଛନ୍ତି । 

ନ୍ୟୁଜ୍ ଏଜେନ୍ସି ରୟଟର୍ସ ସୂତ୍ରରୁ ପ୍ରକାଶ ପାଇଛି ଯେ, ଉଭୟ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍ ଲିମିଡେଟ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସିସିଆଇ ପ୍ରଶ୍ନର ଜବାବ ରଖିଛନ୍ତି । ସିସିଆଇ ଅନୁଯାୟୀ, ଏହି ବିଲୟରେ ପ୍ରତିଦ୍ବନ୍ଦ୍ବିତା ପ୍ରଭାବିତ ହେବ । ବିଲୟ କମ୍ପାନି ନିକଟରେ ଆରବ ଡଲାରର ଆକର୍ଷଣୀୟ କ୍ରିକେଟ୍ ପ୍ରସାରଣ ରାଇଟ୍ସର ରହିଛି । ଓଭର ପ୍ରାଇସିଂ ପାଓ୍ବାର ଏବଂ ବିଜ୍ଞାପନଦାତାଙ୍କୁ କବଜା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ମନୋରଞ୍ଜନ ଦୁନିଆର ସବୁଠୁ ବଡ଼ ଡିଲ ନେଇ ସିସିଆଇ ପ୍ରଶ୍ନ ଉଠାଇଛି । 

ସିସିଆଇ ଏହା ପୂର୍ବରୁ ରିଲାଏନ୍ସ ଏବଂ ଡିଜନୀ ବିଲୟ ସହିତ ଜଡ଼ିତ ପ୍ରାୟ ଶହେ ପ୍ରଶ୍ନ କରିଥିଲା । ଆର୍ଥିକ ଚିନ୍ତାକୁ ସୁଧାରିବା ପାଇଁ ଷ୍ଟାର ଇଣ୍ଡିଆ କିଛି ଟେଲିଭିନ ଚ୍ୟାନେଲକୁ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଥିଲା । ଅନ୍ୟପଟେ ସିସିଆଇ କମ୍ପାନିକୁ ଜବାବ ରଖିବାକୁ 30ଦିନର ସମୟ ଦେଇଥିବା ରୟଟର୍ସ ପକ୍ଷରୁ ସୂଚନା ମିଳିଛି । ଏହାଛଡ଼ା ମନୋରଞ୍ଜନ ଚ୍ୟାନେଲ୍ ଡିଲକୁ ନେଇ ସିସିଆଇ ଉ କାହିଁକି ଯାଞ୍ଚ ଆଦେଶ ଦେବ ନାହିଁ ବୋଲି ଭୟ କମ୍ପାନିକୁ ପ୍ରଶ୍ନ କରିଥିଲେ । ଦୁଇ କମ୍ପାନି ଏହାର କୌଣସି ଜବାବ ରଖିନାହାନ୍ତି । 

ଭାଏକମ୍-୧୮ ଏବଂ ଡିଜନୀ ବିଲୟ ପରେ ରିଲାଏନ୍ସ ହାତରେ ସମସ୍ତ ନିୟନ୍ତ୍ରଣ ରହିବ । ଏହି ସଂଯୁକ୍ତ ଡିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ୧୬.୩୪ ପ୍ରତିଶତ, ଭାଏକମ୍-୧୮ ପାଖରେ ୪୬.୮୨ ପ୍ରତିଶତ ଏବଂ ଡିଜନୀ ନିକଟରେ ୩୬.୮୪ ପ୍ରତିଶତ ଅଂଶଧନ ରହିବ । ଜଏଣ୍ଟ ଭେନଚର କମାଣ୍ଡ ସମ୍ଭାଳିବେ ନୀତା ଅମ୍ବାନୀ ଏବଂ ଉଦୟ ଶଙ୍କର ଏହାର ଉପାଧ୍ୟକ୍ଷ ରହିବେ ।...