ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ

ମୁମ୍ବାଇ,୨୯।୧୦: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ ‘ନ୍ୟୁ ହେଲ୍‌ଥ ସେବା ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ଏହି ନୂତନ ଅଭିଯାନ ବା ଯୋଜନା ଜରିଆରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦ୍‌ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା କରାଯିବ। ସେହିଭଳି ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ସହିତ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ […] The post ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ appeared first on Dharitri Odia News.

ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ

ମୁମ୍ବାଇ,୨୯।୧୦: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ ‘ନ୍ୟୁ ହେଲ୍‌ଥ ସେବା ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ଏହି ନୂତନ ଅଭିଯାନ ବା ଯୋଜନା ଜରିଆରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦ୍‌ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା କରାଯିବ। ସେହିଭଳି ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ସହିତ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟିକାକରଣ ଏହି ପ୍ଲାନ୍‌ରେ ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲର ୧୦ମ ବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା.ଏମ୍‌. ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେଶନ୍‌ ପକ୍ଷରୁ ଏହି ନୂତନ ସ୍ବାସ୍ଥ୍ୟସେବା ଯୋଜନାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଅପରପକ୍ଷରେ ନୀତା ଅମ୍ବାନୀ କହିଛନ୍ତି, ଆମର ଉଦ୍ୟମ ହେଉଛି, ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା ସାଙ୍ଗକୁ ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ସମସ୍ତ ସୁବିଧା ହସ୍ପିଟାଲରୁ ପାଇପାରିବେ। ଏଥିସହ ଆମେ ବହୁ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ସେହିପରି ଆମେ ଆମର ହସ୍ପିଟାଲର ୧୦ମ ବାର୍ଷିକୀ ଉତ୍ସବ ପାଳନ କରୁଥିବାବେଳେ ଆର୍ଥତ୍କ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ବାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କରିଛୁ। ଏପରିକି ଗତ ୧୦ ବର୍ଷ ମଧ୍ୟରେ ସାର୍‌ ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି। ଏହି ଅବଧି ମଧ୍ୟରେ ହସ୍ପିଟାଲ ୫୦୦ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି।

The post ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ appeared first on Dharitri Odia News.