ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଲିଉଡର ବିଗତ ଦିନର ହିଟ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ସିଦ୍ଧାନ୍ତ ଭାଜପା ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଟିଏମ୍‌ସି ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଭିନୟରେ ସଫଳତା ପାଇବା ପରେ ଦୁହେଁ ରାଜନୀତିକୁ ଓହ୍ଲାଇଥିଲେ। ୨୦୦୯ରେ ସିଦ୍ଧାର୍ଥ ବିଜେଡିରେ ଯୋଗ ଦେଇଥିଲେ। ପରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ଜିତି ବିଜେଡି ଏମ୍‌ପି ହୋଇଥିଲେ। ଦୁଇ […] The post ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌ appeared first on Dharitri Odia News.

ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଲିଉଡର ବିଗତ ଦିନର ହିଟ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ସିଦ୍ଧାନ୍ତ ଭାଜପା ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଟିଏମ୍‌ସି ଟିକେଟରେ ଲୋକ ସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି।

ଅଭିନୟରେ ସଫଳତା ପାଇବା ପରେ ଦୁହେଁ ରାଜନୀତିକୁ ଓହ୍ଲାଇଥିଲେ। ୨୦୦୯ରେ ସିଦ୍ଧାର୍ଥ ବିଜେଡିରେ ଯୋଗ ଦେଇଥିଲେ। ପରେ ସେ ବ୍ରହ୍ମପୁର ଲୋକ ସଭା ଆସନରୁ ଜିତି ବିଜେଡି ଏମ୍‌ପି ହୋଇଥିଲେ। ଦୁଇ ଦୁଇ ଥର ଏମ୍‌ପି ହେବା ପରେ ଗତ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନ ଥିଲା। ଏଣୁ ସେ ୨୦୨୪ରେ ଭାଜପାରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ଫଳାଫଳ ଆସିବା ପରେ ସିଦ୍ଧାର୍ଥ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି।

ସେହିଭଳି ରଚନାଙ୍କୁ ଟିଏମ୍‌ସି ପଶ୍ଚିମବଙ୍ଗର ଚର୍ଚ୍ଚିତ ହୁଗୁଳି ଆସନରୁ ପ୍ରାର୍ଥୀ କରିଥିଲା। ସେ ଲୋକ ସଭା ଆସନରେ ବିଜୟୀ ହୋଇଛନ୍ତି। ତେବେ ନିର୍ବାଚନରେ ଏହି ଯୋଡ଼ି ବିଜୟ ପତାକା ଉଡ଼ାଇବା ଖବର ଆସିବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି।

The post ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌ appeared first on Dharitri Odia News.