ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଭଦ୍ରକ ଚରମ୍ପାର ବାଣିତିଆ ଗ୍ରାମର ଅକ୍ଷୟ ପାତ୍ର। ସୋମବାର ଅପରାହ୍ନରେ ଅକ୍ଷୟ ପାତ୍ର ତାଙ୍କର ୫ ଜଣ ଅନ୍ୟ ସାଥୀଙ୍କ ସହିତ ରିଲ୍‌ସ କରୁଥିଲେ। ଏହି ସମୟରେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଅକ୍ଷୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର […] The post ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ appeared first on Dharitri Odia News.

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଭଦ୍ରକ ଚରମ୍ପାର ବାଣିତିଆ ଗ୍ରାମର ଅକ୍ଷୟ ପାତ୍ର। ସୋମବାର ଅପରାହ୍ନରେ ଅକ୍ଷୟ ପାତ୍ର ତାଙ୍କର ୫ ଜଣ ଅନ୍ୟ ସାଥୀଙ୍କ ସହିତ ରିଲ୍‌ସ କରୁଥିଲେ। ଏହି ସମୟରେ ସେହି ଲାଇନରେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଅକ୍ଷୟଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ତାଙ୍କ ସହ ଥିବା ଅନ୍ୟ ସାଥୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଖବରପାଇ ବାଲେଶ୍ୱର ଜିଆରପି ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଯାଇଛନ୍ତି। ତେବେ ଅକ୍ଷୟଙ୍କ ସମେତ ଅନ୍ୟ ଯୁବକମାନେ ନିକଟରେ ଚାଲିଥିବା ଏକ ଯାତ୍ରା ଦଳର ନୃତ୍ୟ କଳାକାର ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

The post ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ appeared first on Dharitri Odia News.