ରିଲ୍ସ କଲା ବେଳେ କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ

ସୋର : ରିଲ୍ସ  କଲାବେଳେ କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ। ବାଲେଶ୍ବର ଜିଲ୍ଲା ସୋର ବରୀସାହି ନିକଟ କେନାଲ୍ ପାଚେରୀରୁ ଖସି ଭାସିଗଲେ ୨ ନାବାଳକ। ବରିସାହି ଗ୍ରାମର ହିମାଂଶୁ ନାୟକଙ୍କ ପୁଅ ଦିବୁ ଓ ଅଶୋକ ଦାସଙ୍କ ପୁଅ ହରିଆ ନିଖୋଜ ରହିଛନ୍ତି। ଆମ୍ବହୋତ କେନାଲରେ ଘଣ୍ଟାଏ ପୂର୍ବରୁ ଦୀବୁ ଓ ହରିଆ ରିଲ୍ କଲା ବେଳେ ଜଣକ ଗୋଡ଼ ଖସିଯିବାରୁ ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ଉଭୟ ନାବାଳକ ନିଖୋଜ । […]

ରିଲ୍ସ କଲା ବେଳେ କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ
Anganwadi student drowned in the pond

ସୋର : ରିଲ୍ସ  କଲାବେଳେ କେନାଲରେ ପଡ଼ି ଦୁଇ ନାବାଳକ ନିଖୋଜ। ବାଲେଶ୍ବର ଜିଲ୍ଲା ସୋର ବରୀସାହି ନିକଟ କେନାଲ୍ ପାଚେରୀରୁ ଖସି ଭାସିଗଲେ ୨ ନାବାଳକ। ବରିସାହି ଗ୍ରାମର ହିମାଂଶୁ ନାୟକଙ୍କ ପୁଅ ଦିବୁ ଓ ଅଶୋକ ଦାସଙ୍କ ପୁଅ ହରିଆ ନିଖୋଜ ରହିଛନ୍ତି।

ଆମ୍ବହୋତ କେନାଲରେ ଘଣ୍ଟାଏ ପୂର୍ବରୁ ଦୀବୁ ଓ ହରିଆ ରିଲ୍ କଲା ବେଳେ ଜଣକ ଗୋଡ଼ ଖସିଯିବାରୁ ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ଉଭୟ ନାବାଳକ ନିଖୋଜ । ଗାଁ ଲୋକ ଓ ଦମକଳ ବାହିନୀ କେନାଲରେ ଖୋଜାଖୋଜି କରୁଥିଲେ ମଧ୍ୟ ଉଭୟ ଏ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ।

ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ନିଖୋଜ ହୋଇଥିବା ଦିପୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଦିପୁକୁ ମୃତ ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ବାଳକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଦମକଳ ବାହିନୀ ଖୋଜିବା ଜାରି ରଖିଛନ୍ତି ।