ରିଲ୍ସ ପାଇଁ ବାଜିରେ ଲାଗିଛି ଜୀବନ, ଛାତି ଥରାଇଦେବା ଭଳି ଭିଡ଼ିଓ ଭାଇରାଲ୍

ରିଲ୍ସ ନିଶାରେ ଜୀବନକୁ ପାଣି ଛଡାଇ ଦେଉଛନ୍ତି ବର୍ତ୍ତମାନର ଯୁବପିଢି...

ରିଲ୍ସ ପାଇଁ ବାଜିରେ ଲାଗିଛି ଜୀବନ, ଛାତି ଥରାଇଦେବା ଭଳି ଭିଡ଼ିଓ ଭାଇରାଲ୍

ରିଲ୍ସ ନିଶାରେ ଜୀବନକୁ ପାଣି ଛଡାଇ ଦେଉଛନ୍ତି ବର୍ତ୍ତମାନର ଯୁବପିଢି। ଅନେକ ସମୟରେ ଦୁଃଖଦ ଖବର ସାମ୍ନାକୁ ଆସୁଥିଲେ ବି, ଯେମିତି ତିଳେ ମାତ୍ରେ ଖାତିର ନାହିଁ। ମହାରାଷ୍ଟ୍ର ପୁଣେର ଜଣେ ନାବାଳିକା ଯେପରି ଜୀବନକୁ ବାଜିରେ ଲଗାଇ ରିଲ୍ସ ଭିଡ଼ିଓ ଶୁଟ୍ କରୁଛନ୍ତି, ତାହା ଜ୍ୱଳନ୍ତ୍ୱ ଉଦାହରଣ।

ନାବାଳିକା ଜଣକ ଏକ ଉଚ୍ଚ ମହଲା ପରିତ୍ୟକ୍ତ କୋଠାରେ ଓହଳି ରିଲ୍ସ କରିବାର ଭିଡ଼ିଓ ଭାଇରାଲ୍ ହେଉଛି। ଭିଡ଼ିଓ ଅନୁସାରେ, କୋଠାଟି ଖୁବ୍ ଉଚ୍ଚ ହୋଇଥିବା ବେଳେ ତଳେ ଜଙ୍ଗଲ ରହିଛି ଏବଂ ନିକଟରେ ରାସ୍ତାରେ ଗାଡ଼ି-ମୋଟର ଯା'ଆସ କରୁଛି।

ଏହି ସମୟରେ ଜଣେ ନାବାଳିକା କୋଠାରେ ଓହଳି ଥିବା ଦେଖିବାକୁ ମିଳୁଛି, ତାହା ପୁଣି ଅନ୍ୟ ଜଣେ ଯୁବକ ତାଙ୍କ ହାତକୁ ଧରିଛନ୍ତି। ନିକଟରେ ଜଣେ କ୍ୟାମେରା ମ୍ୟାନ୍ ମଧ୍ୟ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି କି, ନାବାଳିକା ଜଣକ କେବଳ ଓହଳି ରହିନାହାନ୍ତି, ସେ ଏକଦମ୍ ନିର୍ଭିକ ଭାବେ ଦୋଳିରେ ଝୁଳିବା ଭଳି ଝୁଲୁଥିବା ଦେଖିବାକୁ ମିଳୁଛି।

ସୋଶାଲ ମିଡ଼ିଆରେ ଏହି ସମୟର ଭିଡ଼ିଓ ଭାଇରାଲ୍ ହେବାରେ ଲାଗୁଛି। ନାବାଳିକାଙ୍କ ଏପରି ଦୁଃସାହସିକତାକୁ ଅନେକ ନେଟିଜେନ୍ସ କଡ଼ା ସମାଲୋଚନା କରିଛନ୍ତି।

ବିପଦସଂକୁଳ ସ୍ଥାନରେ ରିଲ୍ସ କରିବା ବେଳେ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବା ବେଳେ ଯୁବପିଢ଼ି ଏଥିପ୍ରତି ସାବଧାନ ନ ହେବା ଏକ ବିଡ଼ମ୍ବନା।