ରିଲ୍ସରେ ଜମୁଛି ପ୍ରଚାର; ଟ୍ରେଣ୍ତିଂ ଗୀତରେ ନିର୍ବାଚନ ଗୀତ ପ୍ରସ୍ତୁତ କରୁଛନ୍ତି ନେତା
ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ।
ନିର୍ବାଚନ ପାଇଁ ସରଗରମ ଗାଁଠୁ ସହର। ଧିରେ ଧିରେ ପ୍ରାର୍ଥୀ ମାନେ ନାମାଙ୍କନ ଭରୁଛନ୍ତି। କିଛି ଦିନ ଭିତରେ ଗଳି ଗଳିରେ ବୁଲିବ ପ୍ରଚାର ଗାଡି। ତା ପୂର୍ବରୁ ନେତା ମାନେ ଏବେ ରେକର୍ଡିଂ ଷ୍ଟୁଡିଓରେ ଟ୍ରେଡିଂ ଗୀତରେ ନିର୍ବାଚନ ଗୀତ ତିଆରି କରୁଛନ୍ତି। ଯାହାକୁ ନେଇ ଚଳଚଞ୍ଚଳ ଷ୍ଟୁଡ଼ିଓ।
ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ। ଭିନ୍ନ ଭିନ୍ନ ସ୍ୱରର ଗୀତ ସାଙ୍ଗକୁ ମନକୁ ଛୁଇଁଲା ଭଳି ମ୍ୟୁଜିକ। ଏହି ଭଳି ମ୍ୟୁଜିକ ଭିଡିଓ ତିଆରି କରିବାକୁ ବିଭିନ୍ନ ଭଏସ ରେକଡିଂ ସେଣ୍ଟରରେ ଲମ୍ବା ଲାଇନ। କାହା ପାଖରେ ନିଶ୍ୱାସ ନେବାକୁ ସମୟ ନାହିଁ।
ଶବ୍ଦ ସଂଯୋଜନା କରି ସ୍ୱରରେ ସଜାଉଛନ୍ତି ଗୀତିକାର। ଗୋଟାଏ ପରେ ଗୋଟାଏ ଗୀତ ଗାଇ ଚାଲିଛନ୍ତି କଣ୍ଠଶିଳ୍ପୀ। ନେତାଙ୍କ ଗୁଣ ସହ ସଫଳତା ଓ ସ୍ୱପ୍ନର ପାହାଡ଼କୁ ନେଇ ତିଆରି ହେଉଛି ନିର୍ବାଚନ ପ୍ରଚାର ଗୀତ। ଶାସକ ଦଳର ନେତା ସରକାରଙ୍କ ଗୁଣ ଗାଈ ନାଚୁଥିବା ବେଳେ ବିରୋଧୀ ଦଳ ଗୀତରେ ଗୀତରେ ସରକାରଙ୍କ ମୁଖା ଖୋଲୁଛନ୍ତି।
ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ। ପିଲାଠୁ ବୟସ୍କ ସମସ୍ତଙ୍କୁ କିମିୟା କରିଛି ରିଲିସ ଏବଂ ସର୍ଟସ। ଏବେକାର ଯୁବ ପୀଢ଼ିଙ୍କୁ ନଜରରେ ରଖି ନିର୍ବାଚନ ପ୍ରଚାର ଲାଗି ତିଆରି ହେଉଛି ରିଲସ ଏବଂ ସର୍ଟସ। ଟ୍ରେଣ୍ଡ କରୁଥିବା ଗୀତ ଅନୁସାରେ ନିର୍ବାଚନୀ ଗୀତର ଚାହିଦା ରହୁଛି। ଷ୍ଟୁଡିଓ ମାଲିକ ମାନେ ଛୋଟ ବଡ଼ ଗୀତିକାର, କଣ୍ଠ ଶିଳ୍ପୀ ମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଭଲ ରୋଜଗାର ଦେଇ ଚାଲିଛନ୍ତି।
ପ୍ରମୁଖ ରାଜନୈତିକ ଦଳମାନଙ୍କର ପ୍ରାର୍ଥୀ ଘୋଷଣା ହୋଇଛି। ସ୍ୱାଧୀନ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପରେ ରେକଡିଂ ଆହୁରି ଅଧିକ ହେବ ବୋଲି ଷ୍ଟୁଡିଓ ମାଲିକ ମାନେ ଆଶା ରଖିଛନ୍ତି।