ରିଷିଡା ପଞ୍ଚାୟତ ଦୋକାନ ଗୃହକୁ ବେଆଇନ ଭାବେ ଆଗକୁ ବଢ଼ାଉଛନ୍ତି ଦୋକାନୀ ହେଉଛି….
ରିଷିଡ଼ା,୨୦ା୫ (ସୁଶାନ୍ତ ମଲ୍ଲିକ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତ ତରଫରୁ ଦୋକାନ ଗୃହ ନିର୍ମାଣ କରାଯାଇ ଭଡାରେ ଦିଆଯାଇଛି। ହେଲେ ଭଡ଼ା ନେଇଥିବା କେତେଜଣ ଦୋକାନୀ ଦୀର୍ଘବର୍ଷ ହେଲା ଭଡ଼ା ଦେଉନାହାନ୍ତି। ଅପରପକ୍ଷରେ କେତେକ ଦୋକାନୀ ମୁଖ୍ୟରାସ୍ତାକୁ ମାଡ଼ି ଆଉ ଗୋଟିଏ ଲେଖାଏ ଦୋକାନ ଗୃହ ନିଜେ ନିର୍ମାଣ କରି ମୁନାଫା ଉଠାଉଛନ୍ତି। ଏହା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଉ […] The post ରିଷିଡା ପଞ୍ଚାୟତ ଦୋକାନ ଗୃହକୁ ବେଆଇନ ଭାବେ ଆଗକୁ ବଢ଼ାଉଛନ୍ତି ଦୋକାନୀ ହେଉଛି…. appeared first on Dharitri Odia News.
ରିଷିଡ଼ା,୨୦ା୫ (ସୁଶାନ୍ତ ମଲ୍ଲିକ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତ ତରଫରୁ ଦୋକାନ ଗୃହ ନିର୍ମାଣ କରାଯାଇ ଭଡାରେ ଦିଆଯାଇଛି। ହେଲେ ଭଡ଼ା ନେଇଥିବା କେତେଜଣ ଦୋକାନୀ ଦୀର୍ଘବର୍ଷ ହେଲା ଭଡ଼ା ଦେଉନାହାନ୍ତି। ଅପରପକ୍ଷରେ କେତେକ ଦୋକାନୀ ମୁଖ୍ୟରାସ୍ତାକୁ ମାଡ଼ି ଆଉ ଗୋଟିଏ ଲେଖାଏ ଦୋକାନ ଗୃହ ନିଜେ ନିର୍ମାଣ କରି ମୁନାଫା ଉଠାଉଛନ୍ତି। ଏହା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏ ଦିଗରେ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ରଣାଙ୍କୁ ପଚାରିବାରୁ ଯେଉଁ ଦୋକାନୀ ମାସ ମାସ ଧରି ଦୋକାନ ଭଡ଼ା ଦେଉନାହାନ୍ତି ସେମାନଙ୍କୁ ହଟାଇ ଅନ୍ୟ ଆଶାୟୀଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି। ସରପଞ୍ଚ ସେବତୀ ରଣା କହନ୍ତି, ବାରମ୍ବାର କହିଲେ ମଧ୍ୟ କେତଜଣ ଦୋକାନୀ ନ ଜାଣିଲା ଭଳି ହେଉଛନ୍ତି। ଏଣୁ ଆଇନର ଆଶ୍ରୟ ନିଆଯିବ ବୋଲି ସେ କହିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
The post ରିଷିଡା ପଞ୍ଚାୟତ ଦୋକାନ ଗୃହକୁ ବେଆଇନ ଭାବେ ଆଗକୁ ବଢ଼ାଉଛନ୍ତି ଦୋକାନୀ ହେଉଛି…. appeared first on Dharitri Odia News.