ରୁକସାନା ବାନୋ ମୃତ୍ୟୁ ଘଟଣା: କବରସ୍ଥାନରେ ହଙ୍ଗାମା, ପୋଲିସକୁ ଏତଲା ଧମକ
କନକ ବ୍ୟୁରୋ: ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ମୃତ୍ୟର କାରଣକୁ ନେଇ ସସପେନ୍ସ ଲାଗି ରହିଛି। ତାଙ୍କ ମୃତ୍ୟୁର କାରଣ ପାଇଁ ପରିବାର ଲୋକ ସମ୍ବଲପୁରୀ ଗାୟକ ରୁକୁସୁନାଙ୍କୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଆଜି ଯେତେବେଳେ ପୋଲିସ ଆସି ରୁକସାନାଙ୍କ କବର ଖୋଳି ତଦନ୍ତ କରିବାକୁ ଚାହିଁଥିଲା ସେତେବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। .. ବହୁ ଚର୍ଚ୍ଚିତ ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ କବର ଖୋଳିବାକୁ ନେଇ ଉତ୍ତେଜନା । ପୋଲିସକୁ ଅନୁମତି ଦେଲେନି ପରିବାର ଲୋକେ । ପାଟିତୁଣ୍ଡ କରିବା ସହ କବର ଖୋଳିଲେ ପୋଲିସ ନାଁରେ ଏତଲା ଦେବାକୁ ଧମକ ଦେଇଛନ୍ତି। ମୁସଲିମ ଧର୍ମରେ କବର ଦେବା ପରେ ଏହାକୁ ଖୋଳିବାର ନିୟମ ନାହିଁ ବୋଲି କହି, ବିରୋଧ କରିଛନ୍ତି ରୁକସାନା ବାନୋଙ୍କ ମାଆ ଓ ଭଉଣୀ । ଉତ୍ତେଜନା ପରେ ଘଟଣାସ୍ଥଳରେ ପହଁଚି ରୁକସାନା ବାନୋଙ୍କ ମାଆ ଓ ଭଉଣୀଙ୍କୁ ବୁଝାସୁଝା କରିଥିଲେ ଏସଡିପିଓ ଓ ମାଜିଷ୍ଟ୍ରେଟ । ତେବେ ପୋଲିସ ତଦନ୍ତରେ ଭରସା ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଟଙ୍କା ନେଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏତଲା ପରେ ବି ରୁକୁ ସୁନାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ସିବିଆଇ ତଦନ୍ତ କଲେ ହିଁ କବର ଖୋଳିବାକୁ ଅନୁମତି ଦିଆଯିବ ବୋଲି ରୋକଠୋକ ଶୁଣାଇଛନ୍ତି ରୁକସାନାଙ୍କ ଭଉଣୀ। ନିର୍ୟାତନା ପାଇଁ ରୁକସାନାଙ୍କ ମୃତ୍ୟ
କନକ ବ୍ୟୁରୋ: ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ମୃତ୍ୟର କାରଣକୁ ନେଇ ସସପେନ୍ସ ଲାଗି ରହିଛି। ତାଙ୍କ ମୃତ୍ୟୁର କାରଣ ପାଇଁ ପରିବାର ଲୋକ ସମ୍ବଲପୁରୀ ଗାୟକ ରୁକୁସୁନାଙ୍କୁ ଦାୟୀ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଆଜି ଯେତେବେଳେ ପୋଲିସ ଆସି ରୁକସାନାଙ୍କ କବର ଖୋଳି ତଦନ୍ତ କରିବାକୁ ଚାହିଁଥିଲା ସେତେବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ..
ବହୁ ଚର୍ଚ୍ଚିତ ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ କବର ଖୋଳିବାକୁ ନେଇ ଉତ୍ତେଜନା । ପୋଲିସକୁ ଅନୁମତି ଦେଲେନି ପରିବାର ଲୋକେ । ପାଟିତୁଣ୍ଡ କରିବା ସହ କବର ଖୋଳିଲେ ପୋଲିସ ନାଁରେ ଏତଲା ଦେବାକୁ ଧମକ ଦେଇଛନ୍ତି। ମୁସଲିମ ଧର୍ମରେ କବର ଦେବା ପରେ ଏହାକୁ ଖୋଳିବାର ନିୟମ ନାହିଁ ବୋଲି କହି, ବିରୋଧ କରିଛନ୍ତି ରୁକସାନା ବାନୋଙ୍କ ମାଆ ଓ ଭଉଣୀ ।
ଉତ୍ତେଜନା ପରେ ଘଟଣାସ୍ଥଳରେ ପହଁଚି ରୁକସାନା ବାନୋଙ୍କ ମାଆ ଓ ଭଉଣୀଙ୍କୁ ବୁଝାସୁଝା କରିଥିଲେ ଏସଡିପିଓ ଓ ମାଜିଷ୍ଟ୍ରେଟ । ତେବେ ପୋଲିସ ତଦନ୍ତରେ ଭରସା ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଟଙ୍କା ନେଇ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏତଲା ପରେ ବି ରୁକୁ ସୁନାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ସିବିଆଇ ତଦନ୍ତ କଲେ ହିଁ କବର ଖୋଳିବାକୁ ଅନୁମତି ଦିଆଯିବ ବୋଲି ରୋକଠୋକ ଶୁଣାଇଛନ୍ତି ରୁକସାନାଙ୍କ ଭଉଣୀ।
ନିର୍ୟାତନା ପାଇଁ ରୁକସାନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏଥିପାଇଁ ସିଧାସଳଖ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ଦାୟୀ କରିଛନ୍ତି । ଏଠି ପ୍ରଶ୍ନ ଏତଲା ପରେ ବି କାହିଁକି ଅଭିଯୁକ୍ତକୁ ଗିରଫ କରୁନି ପୋଲିସ ? ପରିବାର ଲୋକଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି?