ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ

ଚାଟେରକ୍ସ,୧ା୯(ପି.ଟି.): ପ୍ୟାରିସ୍‌ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍‌। ଏସ୍‌ଏଚ୍‌୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ ବ୍ରୋଞ୍ଜ ପଦକ ହାତେଇଥିଲେ। ଚଳିତ ସଂସ୍କରଣରେ ଶୁଟିଂରେ ଏହା ଭାରତର ଚତୁର୍ଥ ପଦକ। ପୂର୍ବରୁ ଅଭନି ଲେଖରା, ମୋନା ଅଗ୍ରଓ୍ବାଲ ଓ ସୁମିତ ନରଓ୍ବାଲ ପଦକ ବିଜୟୀ ହୋଇଥିଲେ। ୮ଜଣ ଶୁଟର ଫାଇନାଲ ପାଇଁ ଯୋଗ୍ୟତା […] The post ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ appeared first on Dharitri Odia News.

ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ

ଚାଟେରକ୍ସ,୧ା୯(ପି.ଟି.): ପ୍ୟାରିସ୍‌ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍‌। ଏସ୍‌ଏଚ୍‌୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ ବ୍ରୋଞ୍ଜ ପଦକ ହାତେଇଥିଲେ। ଚଳିତ ସଂସ୍କରଣରେ ଶୁଟିଂରେ ଏହା ଭାରତର ଚତୁର୍ଥ ପଦକ। ପୂର୍ବରୁ ଅଭନି ଲେଖରା, ମୋନା ଅଗ୍ରଓ୍ବାଲ ଓ ସୁମିତ ନରଓ୍ବାଲ ପଦକ ବିଜୟୀ ହୋଇଥିଲେ।
୮ଜଣ ଶୁଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ରୁବିନା ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮ ତମ ରାଉଣ୍ଡ ପର୍ଯ୍ୟନ୍ତ ରୁବିନା ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ୧୯ ଓ ୨୦ ତମ ଶଟ୍‌ରେ ରୁବିନା ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହି ଦୁଇ ଶଟ୍‌ରେ ସେ ୯.୮ ଓ ୮.୯ ପଏଣ୍ଟ ସ୍କୋର କରିଥିଲେ। ତୁର୍କୀର ଓଜଗାନ ଅୟସେଲ ୨୩୧.୬ ପଏଣ୍ଟ ସହ ରୌପ୍ୟ ଓ ଇରାନର ଜାଭନାମର୍ଡି ସାରେହ ୨୩୬.୮ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏସ୍‌ଏଚ୧ ବର୍ଗରେ ଆଥଲେଟ

ନିଜର ବନ୍ଧୁକ ଧରି ପାରୁଥିଲେ ମଧ୍ୟ ଭିନ୍ନକ୍ଷମତା କାରଣରୁ ହ୍ବିଲଚେୟାର କିମ୍ବା ଚେୟାରରେ ବସି ଶୁଟ କରିଥାନ୍ତି। ପୂର୍ବରୁ ୬ ନମ୍ବର ସ୍ଥାନରେ ରହି ରୁବିନା ଫାଇନାଲକୁ ଉନ୍ନୀତ ହୋଇଥିଲେ। ରୁବିନା ୫୫୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଏହା ମଧ୍ୟରେ ସେ ୧୩ ଥର ଇନର ୧୦ ସ୍କୋର କରିଥିଲେ। ଇରାନର ଜାଭନାମର୍ଡି ସାରେହ ୫୭୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିଲେ।

The post ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ appeared first on Dharitri Odia News.