ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା
ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା। ୟୁକ୍ରେନକୁ ଶାନ୍ତି ସୈନ୍ୟ ପଠାଇବା ଉପରେ ପୁନର୍ବିଚାର... The post ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା appeared first on .
ନନ୍ଦିଘୋଷ ବ୍ୟୁରୋ : ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା। ୟୁକ୍ରେନକୁ ଶାନ୍ତି ସୈନ୍ୟ ପଠାଇବା ଉପରେ ପୁନର୍ବିଚାର କରିବ କହିଲା ନାଟୋ। ସିଧାସଳଖ ଯୁଦ୍ଧରେ ସାମିଲ ହେବେନି ନାଟୋ ସୈନିକ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁରୋପୀୟ ଦେଶସମୂହ ସର୍ବଦା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାମରିକ ଓ କୂଟନୈତିକ ସହାୟତା ଦେଇଆସିଛନ୍ତି। ତେବେ କିଛି ପ୍ରମୁଖ ନାଟୋ ଦେଶ ୟୁକ୍ରେନକୁ ସେନା ପଠାଇବାର ସେମାନଙ୍କର ରଣନୀତିର ପୁନର୍ବିଚାର କରିଛନ୍ତି।
ଏହି ନିଷ୍ପତ୍ତି ଫଳରେ ୟୁକ୍ରେନର ସୁରକ୍ଷା ଉପରେ ସିଧାସଳଖ ପ୍ରଭାବ ପକାଇଛି। ୟୁରୋପୀୟ ରାଜନୀତି ଏବଂ ରୁଷ ସହିତ ସମ୍ପର୍କରେ ମଧ୍ୟ ପ୍ରଭାବ ପକାଇବା ସମ୍ଭାବନା ରହିଛି। ଅଧିକାଂଶ ୟୁରୋପୀୟ ଦେଶ ୟୁକ୍ରେନର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସ୍ଥଳସେନା ପଠାଇବା ସମେତ ଅନେକ ବିକଳ୍ପ ଉପରେ ବିଚାର କରୁଥିଲେ।କିନ୍ତୁ ଏବେ ସେମାନେ ଏହି ନିଷ୍ପତ୍ତିରୁ ଓହରି ଯାଉଛନ୍ତି। ଏହାର ପଛରେ ଅନେକ କାରଣ ରହିଛି। ଯଦି ସେମାନେ ୟୁକ୍ରେନକୁ ସେନା ପଠାନ୍ତି ତେବେ ସିଧାସଳଖ ରୁଷ ସହ ଶତ୍ରୁତା ସୃଷ୍ଟି ହେବା ସମ୍ଭାବନା ରହିଛି।
ଆମେରିକା ବର୍ତ୍ତମାନ ତାର ବୈଦେଶିକ ନୀତି ପରିବର୍ତ୍ତନ କରୁଥିବାରୁ ଏହାର ପ୍ରଭାବ ୟୁରୋପୀୟ ଦେଶ ଉପରେ ପଡିଛି। ୟୁରୋପକୁ ତାର ରଣନୀତି ପରିବର୍ତ୍ତନ କରିବାକୁ ପଡୁଛି। ନାଟୋ ସୈନ୍ୟମାନେ ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ୟୁକ୍ରେନ ସୈନ୍ୟ ମାନଙ୍କୁ ତାଲିମ ଦେଇ ସେମାନଙ୍କର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବେ। ଫ୍ରାନ୍ସ ଓ ବ୍ରିଟେନର ସାମରିକ ଅଧିକାରୀ ଏହି ରଣନୀତି ଉପରେ କାମ କରୁଛନ୍ତି।
The post ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନାଟୋରୁ ଝଟକା appeared first on .