ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ ଭାରତ ଛାଡିଛନ୍ତି ଏବଂ ଦିନ ୧ଟା ମଧ୍ୟରେ ରୁଷିଆରେ ପହଞ୍ଚିବେ। ରୁଷିଆର ଯିବା ପୂର୍ବରୁ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର କଜାନକୁ ଯାଉଛି। ବ୍ରିକ୍ସକୁ ଭାରତ ଗୁରୁତ୍ୱ ଦେଉଛି ଏବଂ […] The post ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ ଭାରତ ଛାଡିଛନ୍ତି ଏବଂ ଦିନ ୧ଟା ମଧ୍ୟରେ ରୁଷିଆରେ ପହଞ୍ଚିବେ।
ରୁଷିଆର ଯିବା ପୂର୍ବରୁ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷିଆର କଜାନକୁ ଯାଉଛି। ବ୍ରିକ୍ସକୁ ଭାରତ ଗୁରୁତ୍ୱ ଦେଉଛି ଏବଂ ମୁଁ ସେଠାରେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି। ମୁଁ ସେଠାରେ ବିଭିନ୍ନ ନେତାଙ୍କୁ ଭେଟିବାକୁ ଅପେକ୍ଷା କରିଛି।
ରୁଷିଆ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ଏଜେଣ୍ଡା, ଉନ୍ନତ ବହୁପକ୍ଷୀୟତା, ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ସହଯୋଗ, ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ବ୍ରିକ୍ସ ମଧ୍ୟରେ ଘନିଷ୍ଠ ସହଯୋଗକୁ ଭାରତ ଗୁରୁତ୍ୱ ଦେଉଛି। ଗତ ବର୍ଷ ନୂତନ ସଦସ୍ୟଙ୍କ ଯୋଗଦାନ ସହିତ ବ୍ରିକ୍ସର ସମ୍ପ୍ରସାରଣ ଏହାର ଅନ୍ତର୍ଭୂକ୍ତିକୁ ଏବଂ ବିଶ୍ୱର ମଙ୍ଗଳ ପାଇଁ ଏଜେଣ୍ଡାକୁ ଯୋଡିଛି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଜୁଲାଇ ୨୦୨୪ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାଇଁ ମୋର କଜାନ ଗସ୍ତ, ଭାରତ ଏବଂ ରୁଷିଆ ମଧ୍ୟରେ ସ୍ବତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ କରିବ। ମୁଁ ବ୍ରିକ୍ସରେ ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାକୁ ଅପେକ୍ଷା କରିଛ।
ରୁଷିଆର କଜାନ ସହରରେ ୧୬ତମ ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ ରୁଷିଆରେ ରହିବେ। ତାଙ୍କୁ ରୁଷିଆର ରାଷ୍ଟ୍ରପତି ପୁଟିନ ନିମନ୍ତ୍ରଣ କରିଛନ୍ତି। ଏଠାରେ ଏନଆରଆଇମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ବଡ଼ ପ୍ରସ୍ତୁତି ଚଳାଇଛନ୍ତି। ବ୍ରିକ୍ସ ସମ୍ମିଳନୀରେ ପିଏମ ମୋଦି ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିବେ।
Leaving for Kazan, Russia, to take part in the BRICS Summit. India attaches immense importance to BRICS, and I look forward to extensive discussions on a wide range of subjects. I also look forward to meeting various leaders there.https://t.co/mNUvuJz4ZK
— Narendra Modi (@narendramodi) October 22, 2024
The post ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.