ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ରୁଷିଆ ସେନାରେ ଭାରତୀୟମାନଙ୍କ ନିଯୁକ୍ତିକୁ ନେଇ ରହିଥିବା ୧୨୬ଟି ମାମଲା ମଧ୍ୟରୁ ୯୬ ଜଣ ଭାରତ ଫେରିଲେଣି। ସେମାନଙ୍କୁ ରୁଷିଆ ସେନାରୁ ଛଟେଇ କରାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ସେଠାରେ ରହିଥିବା ଅବଶିଷ୍ଟ ୩୦ ଜଣଙ୍କ ମଧ୍ୟରୁ ୧୨ ଜଣ […] The post ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ appeared first on Dharitri Odia News.

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ରୁଷିଆ ସେନାରେ ଭାରତୀୟମାନଙ୍କ ନିଯୁକ୍ତିକୁ ନେଇ ରହିଥିବା ୧୨୬ଟି ମାମଲା ମଧ୍ୟରୁ ୯୬ ଜଣ ଭାରତ ଫେରିଲେଣି। ସେମାନଙ୍କୁ ରୁଷିଆ ସେନାରୁ ଛଟେଇ କରାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ସେଠାରେ ରହିଥିବା ଅବଶିଷ୍ଟ ୩୦ ଜଣଙ୍କ ମଧ୍ୟରୁ ୧୨ ଜଣ ପ୍ରାଣ ହରାଇଥିବାବେଳେ ୧୬ ଜଣଙ୍କ ଖୋଜଖବର ମିଳୁନାହିଁ। ରୁଷିଆ ପକ୍ଷ ସେମାନଙ୍କୁ ନିଖୋଜ ବୋଲି ଦର୍ଶାଇଛି। ଅବଶିଷ୍ଟ ଭାରତୀୟଙ୍କୁ ତୁରନ୍ତ ମୁକ୍ତ କରି ସ୍ବଦେଶ ପଠାଇବାକୁ ମସ୍କୋ ନିକଟରେ ନିବେଦନ କରାଯାଇଥିବା ଜୟସ୍ବାଲ କହିଛନ୍ତି।
ରୁଷିଆ ସେନାରେ ରହି ଯୁଦ୍ଧ କରୁଥିବା କେରଳର ବିନିଲ ବାବୁଙ୍କ ମୃତ୍ୟୁ ଘଟିଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବହିର୍ବ୍ୟାପାର ମନ୍ତ୍ରଣାଳୟ ଏଥିପାଇଁ ତାଙ୍କ ପରିବାରକୁ ସମବେଦନା ଜଣାଇଛି। ତାଙ୍କ ମରଶରୀର ତୁରନ୍ତ ଭାରତ ଫେରାଇ ଆଣିବାରେ ସହଯୋଗ କରିବା ପାଇଁ ଆମ ଦୂତାବାସ ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି। ଅନ୍ୟ ଜଣେ ଭାରତୀୟ ଗୁରୁତର ହୋଇ ମସ୍କୋରେ ଚିକିତ୍ସିତ ହେଉଥିବାବେଳେ ସେ ସୁସ୍ଥ ହେବା ପରେ ଖୁବ୍‌ଶୀଘ୍ର ଭାରତ ଫେରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

The post ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ appeared first on Dharitri Odia News.