ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା

ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍‌ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ଉପଲବ୍ଧ ନାହିଁ। ଯେଉଁ ସମୟରେ ଭାରତର ତୈଳ ବିଶୋଧନ କମ୍ପାନୀଗୁଡ଼ିକ ମାର୍ଚ୍ଚ ମାଲ ପରିବହନ ପାଇଁ ଆଲୋଚନା ଆରମ୍ଭ କରିଥିଲେ ସେହି ସମୟରେ ଏହି କଟକଣା ଘୋଷଣା କରାଯାଇଥିଲା। ଜାନୁଆରୀ ୧୦ରେ ଆମେରିକା ରୁଷିଆର ତୈଳ […] The post ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା appeared first on Dharitri Odia News.

ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା

ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍‌ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ଉପଲବ୍ଧ ନାହିଁ। ଯେଉଁ ସମୟରେ ଭାରତର ତୈଳ ବିଶୋଧନ କମ୍ପାନୀଗୁଡ଼ିକ ମାର୍ଚ୍ଚ ମାଲ ପରିବହନ ପାଇଁ ଆଲୋଚନା ଆରମ୍ଭ କରିଥିଲେ ସେହି ସମୟରେ ଏହି କଟକଣା ଘୋଷଣା କରାଯାଇଥିଲା। ଜାନୁଆରୀ ୧୦ରେ ଆମେରିକା ରୁଷିଆର ତୈଳ କ୍ଷେତ୍ରରେ ବ୍ୟାପକ କଟକଣା ଲଗାଇଥିଲା। ରୁଷିଆର ଶକ୍ତି କ୍ଷେତ୍ରକୁ ଟାର୍ଗେଟକରି ଆମେରିକା ବ୍ୟାପକ କଟକଣା ଲାଗୁ କରିବାକୁ ଘୋଷଣା କରିଥିଲା। ଏଥିମଧ୍ୟରେ ରୁଷିଆର ତୈଳ ଉତ୍ପାଦକ ଗାଜପ୍ରୋମ ନେଫ୍ଟ ଏବଂ ସର୍ଗୁଟନେଫ୍ଟଗାସ ଉପରେ କଟକଣା ଜାରି କରାଯିବା ସହ ରୁଷିଆର ଶକ୍ତି ରପ୍ତାନି ସହ ଜଡ଼ିତ ୧୮୩ ଜାହାଜକୁ କଳା ତାଲିକାଭୁକ୍ତ କରାଯାଇଥିଲା। ଏହାସହ ତୈଳ ବ୍ୟବସାୟୀ, ତୈଳ କ୍ଷେତ୍ର ସେବା ପ୍ରଦାନକାରୀ ସଂସ୍ଥା, ଟ୍ୟାଙ୍କର ମାଲିକ ଏବଂ ପରିଚାଳକ, ବୀମା କମ୍ପାନୀ ଏବଂ ଶକ୍ତି ଅଧିକାରୀଙ୍କ ଉପରେ କଟକଣା ଜାରି କରାଯାଇଛି। ବିପିସିଏଲ୍‌ ନିର୍ଦ୍ଦେଶକ (ଅର୍ଥ) ଭି. ରାମକୃଷ୍ଣ ଗୁପ୍ତା ଗୁରୁବାର ବିଶ୍ଳେଷକମାନଙ୍କୁ କହିଛନ୍ତି, ଗତ ୨ ମାସ ମଧ୍ୟରେ ଜାନୁଆରୀ ଏବଂ ଫେବୃଆରୀ ପାଇଁ ରୁଷିଆର ତୈଳକୁ ବୁକିଂ କରାଯାଇଥିଲା । ମାତ୍ର ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ପରିବହନ ଉପଲବ୍ଧ ନ ଥିଲା। ସେ କହିଛନ୍ତି, ଅଶୋଧିତ ତୈଳ ଯୋଗାଣରେ ରୁଷିଆର ଅଂଶ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୩୧%ରୁ ମାର୍ଚ୍ଚ ତ୍ରୈମାସରେ ୨୦ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ୨୦୨୪ ଏପ୍ରିଲରେ ଚଳିତ ଆର୍ଥିକ ବର୍ଷ ଆରମ୍ଭରେ, ବିପିସିଏଲ୍‌ ଦ୍ୱାରା ବିଶୋଧିତ ମୋଟ ତୈଳରେ ରୁଷିଆର ଅଂଶ ୩୪-୩୫% ଥିଲା। ରୁଷିଆର ତୈଳ ଯୋଗାଣରେ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରାଯାଉଥିବାବେଳେ ରାମକୃଷ୍ଣ ଗୁପ୍ତା କହିଛନ୍ତି, ବଜାରରେ ପର୍ଯ୍ୟାପ୍ତ ତୈଳ ଉପଲବ୍ଧ ଅଛି ଏବଂ ଏହି କ୍ଷତି ପୂରଣ ପାଇଁ କମ୍ପାନୀ ପଶ୍ଚିମ ଏସୀୟ ଦେଶକୁ ଯାଇପାରିବ। ସୂଚନା ଥାଉକି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆର ତୈଳ ଆମଦାନୀ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏଭଳି ପରିସ୍ଥିତିରେ ଭାରତୀୟ କମ୍ପାନୀଗୁଡିକ ବହୁ ପରିମାଣରେ ଶସ୍ତା ମୂଲ୍ୟରେ ଉପଲବ୍ଧ ରୁଷିଆ ତୈଳ ଆମଦାନୀ କରିବା ଆରମ୍ଭ କରିଥିଲେ। କିଛି ବର୍ଷ ମଧ୍ୟରେ ଦେଶର ମୋଟ ତୈଳ କ୍ରୟରେ ରୁଷିଆର ଅଂଶ ପ୍ରାୟ ୪୦%କୁ ବୃଦ୍ଧି ପାଇଛି।

The post ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା appeared first on Dharitri Odia News.