ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର

ମସ୍କୋ,୧୪।୪: ରୁଷିର କୁର୍ଗାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ବିଗିଡିବା ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାରକୁ ଆସିବାକୁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି। ରାଜ୍ୟପାଳ ଭାଡିମ ଶୁମକୋଭ ଟେଲିଗ୍ରାମରେ ଲେଖିଛନ୍ତି ଯେ ଟୋବୋଲ ନଦୀର ଜଳସ୍ତର ୨୫ ସେଣ୍ଟିମିଟର ବୃଦ୍ଧି ପାଇଛି। ଏହା ୧୭.୪୫ ଫୁଟରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ମୂଲ୍ୟବାନ ସାମଗ୍ରୀ ନେଇ ବିପଦ ଆସିବା ପୂର୍ବରୁ ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ସେ ଲୋକଙ୍କୁ ନିବେଦନ […] The post ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର appeared first on Dharitri Odia News.

ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର

ମସ୍କୋ,୧୪।୪: ରୁଷିର କୁର୍ଗାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ବିଗିଡିବା ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାରକୁ ଆସିବାକୁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି।
ରାଜ୍ୟପାଳ ଭାଡିମ ଶୁମକୋଭ ଟେଲିଗ୍ରାମରେ ଲେଖିଛନ୍ତି ଯେ ଟୋବୋଲ ନଦୀର ଜଳସ୍ତର ୨୫ ସେଣ୍ଟିମିଟର ବୃଦ୍ଧି ପାଇଛି। ଏହା ୧୭.୪୫ ଫୁଟରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ମୂଲ୍ୟବାନ ସାମଗ୍ରୀ ନେଇ ବିପଦ ଆସିବା ପୂର୍ବରୁ ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଏକ ସମାଚାର ଏଜେନ୍ସି କୁର୍ଗାନର ଉତ୍ତର-ପୂର୍ବରେ ଥିବା ଟ୍ୟୁମେନ ଅଞ୍ଚଳର ସରକାରକୁ ଉଲ୍ଲେଖ କରି କହିଛନ୍ତି ଯେ ସେଠାରେ ଥିବା ଦୁଇଟି ଗାଁକୁ ସ୍ଥାନାନ୍ତର କରାଯାଉଥିଲା କାରଣ ଅଧିକାରୀମାନେ ଭୟ କରୁଥିଲେ ଯେ ଏହି ଅଞ୍ଚଳ ଇଶିମ ନଦୀରୁ ବିପଦପୂର୍ଣ୍ଣ ହୋଇପାରେ।
ରୁଷିଆର ଜରୁରୀକାଳୀନ ମନ୍ତ୍ରଣାଳୟକୁ ଦର୍ଶାଇ କୁହାଯାଇଛି ୧୪,୦୦୦ରୁ ଅଧିକ ଘର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। କାଜାଖସ୍ତାନରେ ମଧ୍ୟ ପେଟ୍ରୋପାଭ୍ଲୋଭସ୍କ ସହରର ୧୦୦୦ ରୁ ଅଧିକ ଘରେ ବନ୍ୟା ଜଳ ପ୍ରବେଶ କରିଛି। ବର୍ତ୍ତମାନ ସୁଦ୍ଧା ୪୫୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

The post ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର appeared first on Dharitri Odia News.