ରୁଷ୍‌କୁ ନିଜର ଶକ୍ତି ଦେଖାଇବ ଆଉ ଏକ ଦେଶ , ୧୨ ପରମାଣୁ ଯୁଦ୍ଧ ବୁଡ଼ା ଜାହାଜ ତିଆରି କରିବାକୁ ଘୋଷଣା

ନୂଆଦିଲ୍ଲୀ : ରୁଷ୍‌ର ସାମରିକ ଏୟାରପୋର୍ଟରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍‌ ହମଲା ପରେ ପୂରା ଦୁନିଆ ରୁଷିଆର ଆଗାମୀ ପଦକ୍ଷେପକୁ ନେଇ ଆଶଙ୍କିତ। ଦୁନିଆକୁ ଅନୁଭବ ହୋଇଛି ୩ୟ ବିଶ୍ୱଯୁଦ୍ଧର ବିପଦ। ରୁଷ୍‌ର ବଢୁଥିବା ଆକ୍ରମଣାତ୍ମକ ଓ ୟୁରୋପରେ ଯୁଦ୍ଧର ମାହୋଲକୁ ଦେଖି ବ୍ରିଟେନ ନିଜର ସେନା ଶକ୍ତିକୁ ବଢ଼ାଇବାକୁ ବଡ଼ ଯୋଜନାର ଘୋଷଣା କରିଛି।  ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ସୋମବାର ଷ୍ଟ୍ରାଟେଜିକ ଡିଫେନ୍ସ ରିଭ୍ୟୁ ଜାରି କରି ଘୋଷଣା କରିଛନ୍ତି ଯେ, ଦେଶର ୧୨ ଅତ୍ୟାଧୁନିକ ପରମାଣୁ ପରିଚାଳିତ ଆଟାକ୍‌ ବୁଡ଼ାଜାହାଜ ତିଆରି କରିବ। ସେ କହିଛି ଯେ, ଏବେ ବ୍ରିଟେନକୁ ଯୁଦ୍ଧ ପ୍ରସ୍ତୁତିର ସ୍ଥିତିକୁ ଆଣିବାର ସମୟ ଆସି ଯାଇଛି।ରୁଷ୍‌ର ନାଁ ସିଧାସଳଖ ନେଇ ଷ୍ଟାର୍ମର ନିଜ ଭାଷଣରେ କହିଛନ୍ତି , ଆମେ ୟୁରୋପରେ ଯୁଦ୍ଧ ଦେଖୁଛୁ , ନୂଆ ପରମାଣୁ ଚ୍ୟାଲେଞ୍ଜ ସବୁ ଉଭା ହେଉଛି। ଆମର ଜଳକ୍ଷେତ୍ରରେ ରୁଷୀୟ କାର୍ଯ୍ୟକଳାପ ସବୁ ବଢିବାରେ ଲାଗିଛି ଏବଂ ଆମର ଆକାଶରେ ବିପଦ ପ୍ରସାରିତ ହେଲାଣି। ଆମେ ଏହିସବୁ ବିପଦକୁ କେବଳ ଜବାବ ଦେବୁ ନାହିଁ ,ଏହାକୁ ମାତ୍‌ ଦେଇ ଆଗକୁ ଯିବୁ। ପ୍ରତିରକ୍ଷା ସଚିବ ଜନ୍‌ ହିଲି ସ୍ପଷ୍ଟ କରିଛନ୍ତି ଯେ, ଏହି ବୁଡା ଜାହାଜ ରୁଷୀୟ ଆକ୍ରମଣାତ୍ମକର ସିଧା ଜବାବ  ଏବଂ ଏହା ପ୍ରଦର୍ଶିତ କରୁଛି ଯେ, ବ୍ରିଟେନ ପଛକୁ ହଟିବାର ନୁହେଁ।  ବ୍ରିଟେନ , ଆମେରିକା ଓ ଅଷ୍ଟ୍ରେଲିଆର ତ୍ରିପକ୍ଷୀୟ ସୁରକ୍ଷା ପାର୍ଟନରସିପ୍‌ AUKUS  ଅ

ରୁଷ୍‌କୁ ନିଜର ଶକ୍ତି ଦେଖାଇବ ଆଉ ଏକ ଦେଶ , ୧୨ ପରମାଣୁ ଯୁଦ୍ଧ ବୁଡ଼ା ଜାହାଜ ତିଆରି କରିବାକୁ ଘୋଷଣା

ନୂଆଦିଲ୍ଲୀ : ରୁଷ୍‌ର ସାମରିକ ଏୟାରପୋର୍ଟରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍‌ ହମଲା ପରେ ପୂରା ଦୁନିଆ ରୁଷିଆର ଆଗାମୀ ପଦକ୍ଷେପକୁ ନେଇ ଆଶଙ୍କିତ। ଦୁନିଆକୁ ଅନୁଭବ ହୋଇଛି ୩ୟ ବିଶ୍ୱଯୁଦ୍ଧର ବିପଦ। ରୁଷ୍‌ର ବଢୁଥିବା ଆକ୍ରମଣାତ୍ମକ ଓ ୟୁରୋପରେ ଯୁଦ୍ଧର ମାହୋଲକୁ ଦେଖି ବ୍ରିଟେନ ନିଜର ସେନା ଶକ୍ତିକୁ ବଢ଼ାଇବାକୁ ବଡ଼ ଯୋଜନାର ଘୋଷଣା କରିଛି।  ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ସୋମବାର ଷ୍ଟ୍ରାଟେଜିକ ଡିଫେନ୍ସ ରିଭ୍ୟୁ ଜାରି କରି ଘୋଷଣା କରିଛନ୍ତି ଯେ, ଦେଶର ୧୨ ଅତ୍ୟାଧୁନିକ ପରମାଣୁ ପରିଚାଳିତ ଆଟାକ୍‌ ବୁଡ଼ାଜାହାଜ ତିଆରି କରିବ। ସେ କହିଛି ଯେ, ଏବେ ବ୍ରିଟେନକୁ ଯୁଦ୍ଧ ପ୍ରସ୍ତୁତିର ସ୍ଥିତିକୁ ଆଣିବାର ସମୟ ଆସି ଯାଇଛି।

ରୁଷ୍‌ର ନାଁ ସିଧାସଳଖ ନେଇ ଷ୍ଟାର୍ମର ନିଜ ଭାଷଣରେ କହିଛନ୍ତି , ଆମେ ୟୁରୋପରେ ଯୁଦ୍ଧ ଦେଖୁଛୁ , ନୂଆ ପରମାଣୁ ଚ୍ୟାଲେଞ୍ଜ ସବୁ ଉଭା ହେଉଛି। ଆମର ଜଳକ୍ଷେତ୍ରରେ ରୁଷୀୟ କାର୍ଯ୍ୟକଳାପ ସବୁ ବଢିବାରେ ଲାଗିଛି ଏବଂ ଆମର ଆକାଶରେ ବିପଦ ପ୍ରସାରିତ ହେଲାଣି। ଆମେ ଏହିସବୁ ବିପଦକୁ କେବଳ ଜବାବ ଦେବୁ ନାହିଁ ,ଏହାକୁ ମାତ୍‌ ଦେଇ ଆଗକୁ ଯିବୁ। ପ୍ରତିରକ୍ଷା ସଚିବ ଜନ୍‌ ହିଲି ସ୍ପଷ୍ଟ କରିଛନ୍ତି ଯେ, ଏହି ବୁଡା ଜାହାଜ ରୁଷୀୟ ଆକ୍ରମଣାତ୍ମକର ସିଧା ଜବାବ  ଏବଂ ଏହା ପ୍ରଦର୍ଶିତ କରୁଛି ଯେ, ବ୍ରିଟେନ ପଛକୁ ହଟିବାର ନୁହେଁ।  

ବ୍ରିଟେନ , ଆମେରିକା ଓ ଅଷ୍ଟ୍ରେଲିଆର ତ୍ରିପକ୍ଷୀୟ ସୁରକ୍ଷା ପାର୍ଟନରସିପ୍‌ AUKUS  ଅନୁସାରେ ଏହି SSN-AUKUS  ବୁଡା ଜାହାଜ ଗୁଡ଼ିକର ନିର୍ମାଣ କରାଯିବ। ଏହି ବୁଡା ଜାହାଜ ଟମହକ୍‌ କ୍ରୁଜ୍‌ ମିସାଇଲ ଯୁକ୍ତ ହେବ ଏବଂ ହଜାର ହଜାର କିଲୋମିଟର ଦୂରତା ଯାଏ ଆକ୍ରମଣର କ୍ଷମତା ରହିବ। ଏଥିରେ ରୁଷ୍‌ର ସାମୁଦ୍ରିକ ରଣନୀତିକୁ ଚ୍ୟାଲେଞ୍ଜ ମିଳିବାର ଆଶଙ୍କା ରହିଛି।

ନୂଆ ପ୍ରତିରକ୍ଷା ନୀତି ଅନୁସାରେ , ବ୍ରିଟେନ ଏକ “ସାଇବର ଓ ଇଲେକ୍ଟ୍ରୋମାଗ୍ନେନିକ କମାଣ୍ଡ” ମଧ୍ୟ ତିଆରି କରିବ , ଯାହା ରୁଷ୍‌ ଦ୍ୱାରା କରାଯାଉ ଥିବା ସାଇବର କାର୍ଯ୍ୟକଳାପ ଓ ହମଲାର ମୁକାବିଲା କରିବ। ଏହି ୟୁନିଟ୍‌ ଆଧୁନିକ ଟେକନିକ୍‌ ଯୁକ୍ତ ହେବ ଏବଂ ସାଇବର ଯୁଦ୍ଧ କ୍ଷେତ୍ରରେ ବ୍ରିଟେନ୍‌ର ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତାକୁ ବୃଦ୍ଧି କରିବ।