ରେକର୍ଡ କଲେ ଯଶପ୍ରୀତ ବୁମ୍ରା, ହେଲେ ବିଶ୍ୱର ୧ନଂ ଟେଷ୍ଟ ବୋଲର୍
ସେ ଭାରତର ପ୍ରଥମ ଦ୍ରୁତ ବୋଲର ଯିଏ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ବୁମ୍ରାଙ୍କ ପୂର୍ବରୁ କୌଣସି ଭାରତୀୟ ଦ୍ରୁତ ବୋଲର ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ।
ଭାରତ ପାଇଁ ରେକର୍ଡ କରିଛନ୍ତି ଯଶପ୍ରୀତ ବୁମ୍ରା। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମ୍ୟାଚ୍ ୱିନଂ ସ୍ପେଲ ପକାଇ ସମସ୍ତଙ୍କୁ ଚକିତ କରିଥିବା ବୁମ୍ରା ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।
ସେ ଭାରତର ପ୍ରଥମ ଦ୍ରୁତ ବୋଲର ଯିଏ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ବୁମ୍ରାଙ୍କ ପୂର୍ବରୁ କୌଣସି ଭାରତୀୟ ଦ୍ରୁତ ବୋଲର ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଶପ୍ରୀତ ବୁମ୍ରା ଟିମ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧ନଂ ସ୍ଥାନରୁ ହଟାଇ ଶୀର୍ଷରେ ପହଞ୍ଚିଛନ୍ତି। ମାର୍ଚ୍ଚ ମାସରୁ ଅଶ୍ୱିନ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ କେବଳ ୩ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ତେଣୁ ସେ ରାଙ୍କିଙ୍ଗର ତୃତୀୟ ସ୍ଥାନକୁ ଖସିଛନ୍ତି।
ବୁମ୍ରା ୩ଟି ସ୍ଥାନ ଉପରକୁ ଉଠି ୧ନଂରେ ପହଞ୍ଚି ଯାଇଛନ୍ତି। ବୁମ୍ରା ଏକଦା ଆଇସିସି ଟେଷ୍ଟ ରାଙ୍କିଙ୍ଗର ୩ନଂ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ କେବେ ବି ଏହା ଉପରକୁ ଉଠି ପାରି ନଥିଲେ। ହେଲେ ଆଜି ବୁମ୍ରା ବିଶ୍ୱର ୧ନଂ ଟେଷ୍ଟ ବୋଲର ହେବାର ଗୌରବ ହାସଲ କରିଛନ୍ତି।
ସେହିପରି ଭାରତର କୌଣସି ଦ୍ରୁତ ବୋଲର କେବେ ହେଲେ ଆଇସିସି ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ନଥିଲେ। କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏକଦା ରାଙ୍କିଙ୍ଗର ୨ନଂ ସ୍ଥାନ ଦଖଲ କରିଥିଲେ। ୧୯୭୯ ମସିହା ଡିସେମ୍ବର ମାସରୁ ୧୯୮୦ ମସିହା ଫେବୃଆରୀ ଯାଏ ସେ ୨ନଂ ସ୍ଥାନରେ ହିଁ ରହିଥିଲେ।
କେବେ ହେଲେ ୧ନଂକୁ ଯାଇ ପାରି ନଥିଲେ। ଜହିର ଖାନ ମଧ୍ୟ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୩ନଂରେ ପହଞ୍ଚିଥିଲେ। ୨୦୧୦ ଅକ୍ଟୋବର ମାସରୁ ନଭେମ୍ବର ମାସ ଯାଏ ସେ ଏହି ସ୍ଥାନରେ ରହିଥିଲେ।
India pacer tops the bowling charts in ICC Men’s Test Player Rankings for the first time