ରେକର୍ଡ ପରିମାଣର ସୁନା ଚାହିଦା

ନୂଆଦିଲ୍ଲୀ,୨।୧୧: ୱାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟକୁ ମଧ୍ୟ ନିକଟରେ ଉନ୍ମୋଚନ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନ୍‌ରେ ପହଞ୍ଚତ୍ଛି, ଯାହାକି ଏକ ରେକର୍ଡ ପରିମାଣର ଚାହିଦା ସାଙ୍ଗକୁ ୩ୟ ତ୍ରୈମାସିକ ସର୍ବାଧିକ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ମୋଟ ଚାହିଦା ୧୦୦ ବିଲିୟନ […] The post ରେକର୍ଡ ପରିମାଣର ସୁନା ଚାହିଦା appeared first on Dharitri Odia News.

ରେକର୍ଡ ପରିମାଣର ସୁନା ଚାହିଦା

ନୂଆଦିଲ୍ଲୀ,୨।୧୧: ୱାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟକୁ ମଧ୍ୟ ନିକଟରେ ଉନ୍ମୋଚନ କରାଯାଇଛି। ଏହି ସମୟ ମଧ୍ୟରେ ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନ୍‌ରେ ପହଞ୍ଚତ୍ଛି, ଯାହାକି ଏକ ରେକର୍ଡ ପରିମାଣର ଚାହିଦା ସାଙ୍ଗକୁ ୩ୟ ତ୍ରୈମାସିକ ସର୍ବାଧିକ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ମୋଟ ଚାହିଦା ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି, ଯାହା ଏକ ରେକର୍ଡ-ଉଚ୍ଚ ମୂଲ୍ୟ ପରିବେଶରେ ମଜଭୁତ ନିବେଶ ଦ୍ୱାରା ସମର୍ଥିତ ବୋଲି କୁହାଯାଉଛି। ଏପରିକି ଅନ୍ତର୍ଜାତୀୟ ନିବେଶ ଚାହିଦା ବାର୍ଷିକ ଆଧାରରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ହୋଇ ୩୬୪ ଟନ୍‌ ରହିଛି। ବିଶ୍ୱବ୍ୟାପୀ ଗୋଲ୍ଡ ଇଟିଏଫ୍‌ରେ ୯୫ ଟନ୍‌ ବୃଦ୍ଧି ଘଟିଛି, ଯାହା ୨୦୨୨ର ପ୍ରଥମ ତ୍ରୈମାସିକ ପରଠାରୁ ପ୍ରଥମ ସକାରାତ୍ମକ ତ୍ରୈମାସିକକୁ ଚିହ୍ନିତ କରୁଛି। ବାର୍‌ ଓ କଏନ୍‌ ଚାହିଦା ୯% ହ୍ରାସ ପାଇଛି, କିନ୍ତୁ ୭୭୪ ଟନ୍‌ର ୧୦ବର୍ଷର ହାରାହାରି ପରିମାଣ ତୁଳନାରେ ୱାଇ-ଟି-ଡି ମୋଟ ପରିମାଣ ୮୫୯ ଟନରେ ଶକ୍ତିଶାଳୀ ରହିଛି। କେନ୍ଦ୍ରୀୟ ବ୍ୟାଙ୍କର କ୍ରୟ ମନ୍ଥର ହୋଇଥିବା ବେଳେ ଚାହିଦା ୧୮୬ ଟନ୍‌ରେ ମଜଭୁତ ରହିଛି। ୨୦୨୨ର ସମାନ ଅବଧି ସହ ସମାନ୍ତରାଳ ଭାବେ କେନ୍ଦ୍ରୀୟ ବ୍ୟାଙ୍କର ଇୟର-ଟୁ-ଡେଟ୍‌ ଚାହିଦା ୬୯୪ ଟନ୍‌ରେ ପହଞ୍ଚିଛି । ୩ୟ ତ୍ରୈମାସିକ ସମୟରେ ସୁନା ମୂଲ୍ୟ ରେକର୍ଡ ଉଚ୍ଚ ସ୍ତରକୁ ବୃଦ୍ଧି ପାଇବା ଜାରି ରହିଛି, ଯାହା ଆଉନ୍ସ (ଓଜେଡ୍‌) ପିଛା ୨୪୭୪ ଡଲାରର ଏକ ହାରାହାରି ସ୍ତରରେ ପହଞ୍ଚିଛି। ଏହା ସୁନା ଅଳଙ୍କାର ପାଇଁ ଅନ୍ତର୍ଜାତୀୟ ଚାହିଦାକୁ କ୍ଷତି ପହଞ୍ଚାଉଛି। ମୋଟ ଅଳଙ୍କାର କ୍ରୟ ଏକ ପରିମାଣ ଆଧାରରେ ବାର୍ଷିକ ଭିତ୍ତିରେ ୧୨% ହ୍ରାସ ପାଇଛି, କିନ୍ତୁ ମୂଲ୍ୟ ଦୃଷ୍ଟିରୁ ୧୩% ବୃଦ୍ଧି ହୋଇଛି। ଏହାଛଡା ଟେକ୍ନୋଲୋଜି କ୍ଷେତ୍ରରେ ସୁନା ପାଇଁ ମୋଟ ଚାହିଦା ବାର୍ଷିକ ଆଧାରରେ ୭% ବୃଦ୍ଧି ହୋଇଛି। ମୋଟ ସୁନା ଯୋଗାଣ ବାର୍ଷିକ ଆଧାରରେ ୫% ବୃଦ୍ଧି ହୋଇଥିବା ବେଳେ ଖଣି ଉପତ୍ାଦନରେ ୬% ଓ ରିସାଇକ୍ଲିଂରେ ୧୧% ବୃଦ୍ଧି ଘଟିଛି।ଏ ସମ୍ପର୍କରେ ଡବ୍ଲ୍ୟୁଜିସିର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍‌ ଷ୍ଟ୍ରିଟ୍‌ ମତପ୍ରକାଶ କରିଛନ୍ତି,ତୃତୀୟ ତ୍ରୈମାସିକ ବର୍ଦ୍ଧିତ ନିବେଶ ପରିଲକ୍ଷିତ କରିଛି ଏବଂ ଓଭର- ଦ-କାଉଣ୍ଟର ଗତିବିଧି ଅନ୍ତର୍ଜାତୀୟ ସୁନା ଚାହିଦାକୁ ବୃଦ୍ଧି କରିବା ସହ ମୂଲ୍ୟ ପ୍ରଦର୍ଶନକୁ ପରିଚାଳନା କରିଛି। ଏପରିକି ଅଧିକାଂଶ ଉପଭୋକ୍ତା ବଜାରରେ ଉଚ୍ଚ ସୁନା ମୂଲ୍ୟ ଚାହିଦାକୁ ପ୍ରଭାବିତ କରିଥିବାବେଳେ ଭାରତରେ ଆମଦାନୀ ଶୁଳ୍କରେ ହ୍ରାସ ଏକ ରେକର୍ଡ ବ୍ରେକିଂ ମୂଲ୍ୟ ପରିବେଶରେ ଅଳଙ୍କାର, ବାର୍‌ ଓ କଏନ୍‌ ଚାହିଦାକୁ ଉଲ୍ଲେଖନୀୟ ଭାବେ ଉଚ୍ଚ ରଖିଛି।

The post ରେକର୍ଡ ପରିମାଣର ସୁନା ଚାହିଦା appeared first on Dharitri Odia News.