ରେକର୍ଡ ଭାଙ୍ଗିଲା ସୁନା ଦର, ୬୭,୦୦୦ ପାଖାପାଖି ପହଞ୍ଚିଲା ଦାମ୍‌

ଆଜି କମୋଡିଟି ମାର୍କେଟ୍‌ ଖୋଲିବାର କିଛି ମିନିଟ୍‌ ମଧ୍ୟରେ ସୁନାର ଦାମ୍‌ ରେକର୍ଡ ସ୍ତର ଛୁଇଁଛି।

ରେକର୍ଡ ଭାଙ୍ଗିଲା ସୁନା ଦର, ୬୭,୦୦୦ ପାଖାପାଖି ପହଞ୍ଚିଲା ଦାମ୍‌

ବୋଲ ମାନୁନି ସୁନା ଦର। ଦନକୁ ଦିନ ଏହାର ଦାମ୍‌ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ୧୦ ଗ୍ରାମ ସୁନା ପିଛା ଦର ପାଖାପାଖି ୬୭,୦୦୦ ରହିଛି। ଅନ୍ତର୍ଜାତୀୟ ବଜାରରେ ପ୍ରଥମ ଥର ପାଇଁ ସୁନାର ଦାମ୍‌ ଏକ ଆଉନ୍ସ ପ୍ରତି ୨୨୦୦ ଡଲାର ଡେଇଁଥିବା ରେକର୍ଡ ହୋଇଛି।  

ଗୁରୁବାର ୨୪ କ୍ୟାରେଟ୍‌ ସୁନାର ଦାମ୍‌ ଏମ୍‌ସିଏକ୍ସରେ ୧୦ ଗ୍ରାମ ପିଛା ୬୬,୯୪୩ ଟଙ୍କା ଥିବା ରେକର୍ଡ କରାଯାଇଛି। ଆଜି କମୋଡିଟି ମାର୍କେଟ୍‌ ଖୋଲିବାର କିଛି ମିନିଟ୍‌ ମଧ୍ୟରେ ସୁନାର ଦାମ୍‌ ରେକର୍ଡ ସ୍ତର ଛୁଇଁଥିଲା। ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୬୦, ୯୪୦ ଟଙ୍କା ରହିଛି।

ଇଣ୍ଡିଆ ବୁଲିୟନ ଜୁଏଲର୍ସର ଓ୍ୱେବସାଇଟ୍‌ ମୁତାବକ, ଗତ ସପ୍ତାହରେ ୨୪ ଖାଣ୍ଟି ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୫,୭୯୫ ଟଙ୍କା ଥିଲା। ଏବେ କିନ୍ତୁ ଏଥିରେ ଏକା ଥରକେ ୧୧୪୩ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୁପା ଦାମ୍‌ ଏକ କିଲୋଗ୍ରାମ ପିଛା ୭୬,୯୦୦ ଟଙ୍କା ରହିଛି।