ରେକର୍ଡ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ପ୍ରଥମ ଥର ଟପିଲା ୭୦୦ ବିଲିୟନ ଡଲାର

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ରେକର୍ଡ ଛୁଇଁଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସେପ୍ଟେମ୍ୱର ୨୭ରେ ଶେଷ ହୋଇଥିବା ସପ୍ତାହରେ ୧୨.୫୯ ବିଲିୟନ ଡଲାର ବଢି ୭୦୪.୮୮ ବିଲିୟନ ଡଲାରର ନୂଆ ସର୍ବକାଳୀନ ଶୀର୍ଷ ସ୍ତରରେ ପହଞ୍ଚିଛି । ଗତ ସପ୍ତାହରେ ୧୨.୫୯ ବିଲିୟନ ଡଲାର ବଢିଛି, ଯାହା ଆଜି ଯାଏର ଗୋଟିଏ ସପ୍ତାହରେ ସବୁଠୁ ବଡ଼ ବୃଦ୍ଧି । କେବଳ ଏତିକି ନୁହେଁ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରଥମ ଥର ୭୦୦ ବିଲିୟନ ଡଲାର ସ୍ତର ପାର କରିଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୨୦୨୪ରେ ଏବେ ସୁଦ୍ଧା ୮୭.୬ ବିଲିୟନ ଡଲାର ବଢି ସାରିଛି । ଏହି ଡାଟା ଗତ ବର୍ଷର ମୋଟ ବୃଦ୍ଧି ୬୨ ବିଲିୟନ ଡଲାରକୁ ସେପ୍ଟେମ୍ୱର ମାସରେ ହିଁ ପାର୍ କରିଥିଲା ।ଚୀନ, ଜାପାନ ଏବଂ ସ୍ୱିଜରଲାଣ୍ଡ ପରେ ଭାରତ ୭୦୦ ବିଲିୟନ ଡଲାର ପାର୍ କରିବାରେ ବିଶ୍ୱର ଚତୁର୍ଥ ଅର୍ଥବ୍ୟବସ୍ଥା ହୋଇଛି । ୨୦୧୩ ପରଠାରୁ ଭାରତ ନିଜ ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢାଇବା ଉପରେ ଜୋର ଦେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ସାପ୍ତାହିକ ଡାଟା ଅନୁସାରେ ବିଦେଶୀ ମୁଦ୍ରା ସମ୍ପତ୍ତି (FCA) ୧୦.୪ ବିଲିୟନ ଡଲାର ବଢି ୬୧୬ ବିଲିୟନ ଡଲାର ହୋଇଛି । ସେହିପରି ଆଲୋଚ୍ୟ ସପ୍ତାହରେ ଦେଶର ସୁନା ଭଣ୍ଡାରରେ ମଧ୍ୟ ୨ ବିଲିୟନ ଡଲାର ବୃଦ୍ଧି ହୋଇଛି, ଯାହା ଏବେ ୬୫.୭ ବିଲିୟନ ଡଲାର ହୋଇଛି । ସେହି ସପ୍ତାହରେ ଏସଡିଆରରେ ୮ ମିଲିୟନର ସାମାନ୍ୟ ବୃଦ୍ଧି ହୋଇଛି । ସେହିପର

ରେକର୍ଡ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ପ୍ରଥମ ଥର ଟପିଲା ୭୦୦ ବିଲିୟନ ଡଲାର

ନୂଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ନୂଆ ରେକର୍ଡ ଛୁଇଁଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସେପ୍ଟେମ୍ୱର ୨୭ରେ ଶେଷ ହୋଇଥିବା ସପ୍ତାହରେ ୧୨.୫୯ ବିଲିୟନ ଡଲାର ବଢି ୭୦୪.୮୮ ବିଲିୟନ ଡଲାରର ନୂଆ ସର୍ବକାଳୀନ ଶୀର୍ଷ ସ୍ତରରେ ପହଞ୍ଚିଛି । ଗତ ସପ୍ତାହରେ ୧୨.୫୯ ବିଲିୟନ ଡଲାର ବଢିଛି, ଯାହା ଆଜି ଯାଏର ଗୋଟିଏ ସପ୍ତାହରେ ସବୁଠୁ ବଡ଼ ବୃଦ୍ଧି । କେବଳ ଏତିକି ନୁହେଁ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପ୍ରଥମ ଥର ୭୦୦ ବିଲିୟନ ଡଲାର ସ୍ତର ପାର କରିଛି । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୨୦୨୪ରେ ଏବେ ସୁଦ୍ଧା ୮୭.୬ ବିଲିୟନ ଡଲାର ବଢି ସାରିଛି । ଏହି ଡାଟା ଗତ ବର୍ଷର ମୋଟ ବୃଦ୍ଧି ୬୨ ବିଲିୟନ ଡଲାରକୁ ସେପ୍ଟେମ୍ୱର ମାସରେ ହିଁ ପାର୍ କରିଥିଲା ।

ଚୀନ, ଜାପାନ ଏବଂ ସ୍ୱିଜରଲାଣ୍ଡ ପରେ ଭାରତ ୭୦୦ ବିଲିୟନ ଡଲାର ପାର୍ କରିବାରେ ବିଶ୍ୱର ଚତୁର୍ଥ ଅର୍ଥବ୍ୟବସ୍ଥା ହୋଇଛି । ୨୦୧୩ ପରଠାରୁ ଭାରତ ନିଜ ବିଦେଶୀ ମୁଦ୍ରା ଭଣ୍ଡାରକୁ ବଢାଇବା ଉପରେ ଜୋର ଦେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ସାପ୍ତାହିକ ଡାଟା ଅନୁସାରେ ବିଦେଶୀ ମୁଦ୍ରା ସମ୍ପତ୍ତି (FCA) ୧୦.୪ ବିଲିୟନ ଡଲାର ବଢି ୬୧୬ ବିଲିୟନ ଡଲାର ହୋଇଛି । 

ସେହିପରି ଆଲୋଚ୍ୟ ସପ୍ତାହରେ ଦେଶର ସୁନା ଭଣ୍ଡାରରେ ମଧ୍ୟ ୨ ବିଲିୟନ ଡଲାର ବୃଦ୍ଧି ହୋଇଛି, ଯାହା ଏବେ ୬୫.୭ ବିଲିୟନ ଡଲାର ହୋଇଛି । ସେହି ସପ୍ତାହରେ ଏସଡିଆରରେ ୮ ମିଲିୟନର ସାମାନ୍ୟ ବୃଦ୍ଧି ହୋଇଛି । ସେହିପରି ଆଇଏମ୍‌ଏଫରେ ରିଜର୍ଭ ୭୧ ମିଲିୟନ ଡଲାର କମ ହୋଇ ୪.୩ ବିଲିୟନ ଡଲାର ହୋଇଛି । ବ୍ୟାଙ୍କ ଅଫ୍ ଆମେରିକାର ଅନୁମାନ ଅନୁସାରେ, ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୨୦୨୬ ମାର୍ଚ୍ଚ ସୁଦ୍ଧା ୭୪୫ ବିଲିୟନ ଡଲାର ଛୁଇଁପାରେ । ଏହାପରେ ରିଜର୍ଭ ବ୍ୟାଙ୍କକୁ ଭାରତୀୟ ମୁଦ୍ରାକୁ ଅଧିକ ପ୍ରଭାବୀ କରିବା ପାଇଁ ଅଧିକ ସମ୍ଭାବିତ ଶକ୍ତି ମିଳିବ ।