ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି,ପଲସଦା ସରପଞ୍ଚ ତନୟା ଚାନ୍ଦ ମୁଖ୍ୟବକ୍ତା ଏବଂ ମହାସିଂ କ୍ଲଷ୍ଟର ସିଆରସିସି ବିବେକାନନ୍ଦ ବାର୍ଳା,ବାସେନପାଲି (କ) ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ ପଧାନ,ପଲସଦା ଏମଇ ସ୍କୁଲର ଶିକ୍ଷକ ଚନ୍ଦ୍ରମଣି […] The post ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ appeared first on Odisha.News.

ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଝାରସୁଗୁଡା ୩୧/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି,ପଲସଦା ସରପଞ୍ଚ ତନୟା ଚାନ୍ଦ ମୁଖ୍ୟବକ୍ତା ଏବଂ ମହାସିଂ କ୍ଲଷ୍ଟର ସିଆରସିସି ବିବେକାନନ୍ଦ ବାର୍ଳା,ବାସେନପାଲି (କ) ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ ପଧାନ,ପଲସଦା ଏମଇ ସ୍କୁଲର ଶିକ୍ଷକ ଚନ୍ଦ୍ରମଣି ବିଶ୍ୱାଳ, ଭିକମପାଲି ହାଇସ୍କୁଲର ସହକାରୀ ଶିକ୍ଷକ ବିଷ୍ଣୁ ପ୍ରସାଦ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ସୁନ୍ଦରଲାଲ ବିଶ୍ଵାଳ, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, ବରିଷ୍ଠ ସଦସ୍ୟ ମୂରଲୀଧର ପଧାନ,ପ୍ରିୟବ୍ରତ ସିଂହ, ନିକାନ୍ତ ସିଂହ,ସୁକାନ୍ତ ବିଶ୍ଵାଳ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ ।
ପ୍ରଥମେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପରେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ୠଷିଧର ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପଞ୍ଚାନନ ଥପା ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ନାୟକ ସଭା ସଞ୍ଚାଳନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ,ସଦସ୍ୟା ତଥା ରେଙ୍କୁଲି ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

The post ରେଙ୍କୁଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ appeared first on Odisha.News.