ରେଙ୍ଗାଳପାଲି ୟୁପି ସ୍କୁଲ ରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନୀ ଅନୁଷ୍ଠିତ।

କଳାହାଣ୍ଡି:୧୧/୦୧(ସନତ ପ୍ରଧାନୀ) ଜୟପାଟଣା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ପରିସରରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ରେ ଅର୍ଦ୍ଧାଧିକ ଅଭିଭାବକ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ସ୍ବାଗତ ତଥା ସଭାର ଉଦେଶ୍ୟ ଜ୍ଞାପନ ପୂର୍ବକ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଚିଠି […] The post ରେଙ୍ଗାଳପାଲି ୟୁପି ସ୍କୁଲ ରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନୀ ଅନୁଷ୍ଠିତ। appeared first on Odisha.News.

ରେଙ୍ଗାଳପାଲି ୟୁପି ସ୍କୁଲ ରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନୀ ଅନୁଷ୍ଠିତ।

କଳାହାଣ୍ଡି:୧୧/୦୧(ସନତ ପ୍ରଧାନୀ)
ଜୟପାଟଣା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଲପାଲି ପରିସରରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ରେ ଅର୍ଦ୍ଧାଧିକ ଅଭିଭାବକ ଉପସ୍ଥିତ ଥିଲେ। ବୈଠକରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ସ୍ବାଗତ ତଥା ସଭାର ଉଦେଶ୍ୟ ଜ୍ଞାପନ ପୂର୍ବକ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଚିଠି ମୁତାବକ ପ୍ରସଙ୍ଗ ଆଲୋକପାତ କରିଥିଲେ। ବରିଷ୍ଟ ଶିକ୍ଷକ ସୁଜିତ୍ କୁମାର ସାହୁ ସମାପ୍ତିମୂଳକ ପରୀକ୍ଷାରେ ଅଭିବାକ ଙ୍କ ଭୂମିକା, କମ୍ପ୍ୟୁଟର ସଂଚଳିକା ଦିବ୍ୟାସେନି ଦୁର୍ଗା ଆପାର ଆଇ. ଡି ସମ୍ପର୍କରେ, କନିଷ୍ଟ ଶିକ୍ଷୟତ୍ରୀ ରୁଚିରା ନାୟକ ଛାତ୍ର ଛାତ୍ରୀ ଙ୍କ ଆବେଗ ଅନୁଯାୟୀ କିପରି ଉତ୍ସାହିତ କରାଯିବ, ବରିଷ୍ଟ ଶିକ୍ଷକ ଶଶି ଦଳପତୀ ଏଫ୍. ଏଲ୍. ଏନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଶିକ୍ଷକ ଦେବାଶିଷ ମହାପାତ୍ର, ଉପମା ବାଗ, ଉଦ୍ଧବ ବାଗ ବୈଠକରେ ସମ୍ପୂର୍ଣ ସହଯୋଗ କରିଥିଲେ।

The post ରେଙ୍ଗାଳପାଲି ୟୁପି ସ୍କୁଲ ରେ ଚତୁର୍ଥ ଅଭିଭାବକ ଶିକ୍ଷକ ସମ୍ବିଲନୀ ଅନୁଷ୍ଠିତ। appeared first on Odisha.News.