ରେଜଲ୍ଟ ଆସିନି, ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଲେଣି ବରିଷ୍ଠ ନେତା ଅନିଲ ବିଜ୍

ହରିୟାଣା ୮/୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜାରି ରହିଛି କାଉଣ୍ଟିଂ । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କାଣ୍ଟେ କା ଟକ୍କର । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିଲା । ଏବେ ବିଜେପି ତାକୁ କ୍ରସ କରି ଆଗକୁ ବଢିଛି । ବିଜେପି ଆଗୁଆ ଥିବାରୁ ଉତ୍ସାହିତ ହୋଇ ପଡିଛନ୍ତି ଦଳର ନେତା । ଫାଇନାଲ ରେଜଲ୍ଟ ନ ଆସୁଣୁ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଲେଣି ବରିଷ୍ଠ ନେତା ଅନିଲ ବିଜ୍‌ । ହରିୟାଣାର ଅମ୍ବାଲା ଛାବନିରୁ ଲଢୁଥିବା ଅନିଲ କହିଛନ୍ତି ଯଦି ଦଳର ହାଇକମାଣ୍ଡ ଚାହିଁବେ ତେବେ ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କହିଛନ୍ତି ଜନତାଙ୍କ ଫଇସଲା ଠିକ ଦଳକୁ ଯିବ । ବର୍ତ୍ତମାନ ପରିସ୍ଥିତିରେ ଅନିଲ ବିଜ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହଜ ହେବ ନାହିଁ । କାହିଁକି ନା ଏବେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ବରେ ଦଳ ଏହି ନିର୍ବାଚନ ଲଢୁଛି । ଯଦି ବିଜେପି ଜିତେ ମୁଖ୍ୟମନ୍ତ୍ରୀ ଆସନ ଉପରେ ତାଙ୍କର ଅଧିକ ହକ୍‌ ରହିବ । ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିବାବାବେଳେ ଏବେ ବିଜେପି ଆଗରେ ରହିଛି । ତେଣୁ ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢିପାରେ । 

ରେଜଲ୍ଟ ଆସିନି, ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଲେଣି ବରିଷ୍ଠ ନେତା ଅନିଲ ବିଜ୍

ହରିୟାଣା ୮/୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜାରି ରହିଛି କାଉଣ୍ଟିଂ । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କାଣ୍ଟେ କା ଟକ୍କର । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିଲା । ଏବେ ବିଜେପି ତାକୁ କ୍ରସ କରି ଆଗକୁ ବଢିଛି । ବିଜେପି ଆଗୁଆ ଥିବାରୁ ଉତ୍ସାହିତ ହୋଇ ପଡିଛନ୍ତି ଦଳର ନେତା । ଫାଇନାଲ ରେଜଲ୍ଟ ନ ଆସୁଣୁ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଲେଣି ବରିଷ୍ଠ ନେତା ଅନିଲ ବିଜ୍‌ । 

ହରିୟାଣାର ଅମ୍ବାଲା ଛାବନିରୁ ଲଢୁଥିବା ଅନିଲ କହିଛନ୍ତି ଯଦି ଦଳର ହାଇକମାଣ୍ଡ ଚାହିଁବେ ତେବେ ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି କହିଛନ୍ତି ଜନତାଙ୍କ ଫଇସଲା ଠିକ ଦଳକୁ ଯିବ । 

ବର୍ତ୍ତମାନ ପରିସ୍ଥିତିରେ ଅନିଲ ବିଜ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସହଜ ହେବ ନାହିଁ । କାହିଁକି ନା ଏବେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ବରେ ଦଳ ଏହି ନିର୍ବାଚନ ଲଢୁଛି । ଯଦି ବିଜେପି ଜିତେ ମୁଖ୍ୟମନ୍ତ୍ରୀ ଆସନ ଉପରେ ତାଙ୍କର ଅଧିକ ହକ୍‌ ରହିବ । ଭୋଟ୍‌ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ଥିବାବାବେଳେ ଏବେ ବିଜେପି ଆଗରେ ରହିଛି । ତେଣୁ ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢିପାରେ ।